ରେଭେନ୍ସା ବାଳିକା ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ,କାରଣ ଅସ୍ପଷ୍ଟ,ପୋଲିସର ଛାନ୍‌ଭିନ୍‌

Published By : Prameya-News7 Bureau | February 13, 2025 IST

କଟକ ୧୩/୨: ଦିନକୁ ଦିନ ଦେଶ ତଥା ରାଜ୍ୟରେ ବଢୁଛି ଆତ୍ମହତ୍ୟା । ଲଗାତର ଏହି ସଂଖ୍ୟା ବଢିବା ଚିନ୍ତା ବଢାଇଛି । ଟିକିଏ ଟିକିଏ କଥାରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଯାଉଛନ୍ତି ଯୁବପିଢି । କଟକରୁ ଆସିଛି ଏମିତି ଏକ ସମ୍ବେଦନଶୀଳ ଖବର । ରେଭେନ୍ସା 

ବାଳିକା ଛାତ୍ରୀ ନିବାସରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ରେଭେନ୍ସା ଛାତ୍ରୀନିବାସର ଘଟଣା । 

ମୃତ ଛାତ୍ରୀ ଢେଙ୍କାନାଳର ହୋଇଥିବା ସୂଚନା । ଛାତ୍ରୀଜଣକ କଣ ପାଇଁ ଜୀବନ ହାରିବାର ନିଷ୍ପତ୍ତି ନେଲେ ସେ ସଂପର୍କରେ କିଛି ଜଣାପଡିନି । ସାଙ୍ଗ ସାଥୀ କିଛି ସ୍ପଷ୍ଟ କହିପାରୁନାହାନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ନେଇ ସୂଚନା ଦେଇଛି ପୋଲିସ । 

 

  • odisha news
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.