ଭୁବନେଶ୍ବର IITର ପଞ୍ଚମ ମହଲାରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ, ୧୦ଦିନ ପୂର୍ବରୁ ଘରୁ ଫେରି ରହୁଥିଲେ ଚୁପଚାପ

Published By : Prameya-News7 Bureau | September 04, 2024 IST

ଖୋର୍ଦ୍ଧା ୪।୯: ଭୁବନେଶ୍ବର IIT ଛାତ୍ରୀଙ୍କ ମୃତ୍ୟୁ । ଅରୁଗୁଳ କ୍ୟାମ୍ପସରେ ଘଟିଛି ଅଘଟଣ । ଘଟଣାସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଛାତ୍ରୀ ଜଣଙ୍କ କୌଣସି କାରଣ ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । 

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଅରୁଗୁଳ ସ୍ଥିତ ଭୁବନେଶ୍ବର IITର ଜଣେ ଛାତ୍ରୀ ପଞ୍ଚମ ମହଲାରୁ ଡେଇଁ ପଡିବା ଯୋଗୁଁ ତାଙ୍କର ମୃତ୍ଯୁ ହୋଇଛି । ମୃତ ଛାତ୍ରୀ ଜଣଙ୍କ ଦିଲ୍ଲୀର କ୍ରିତିକା ରାଜ ବୋଲି ଜଣାପଡିଛି । ସେ IITର ତୃତୀୟ ବର୍ଷର ଛାତ୍ରୀ ଥିଲେ । ଘଟଣାସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ତେବେ ଛାତ୍ରୀ ଜଣଙ୍କ କୌଣସି କାରଣ ପାଇଁ ଆତ୍ମହତ୍ୟା କରିଥିବା ଜଟଣୀ ପୋଲିସ ପକ୍ଷରୁ ସୂଚନା ରହିଛି । କିନ୍ତୁ ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ୧୦ ଦିନ ତଳେ କ୍ରିତିକା ଘରକୁ ଯାଇ ଫେରିଥିଲେ । କିଛି ଦିନ ହେଲାଣି ସେ ଚୁପ ଚାପ ରହୁଥିଲେ ବୋଲି ଜଣାପଡିଛି ।

You Can Read:

ବନ ବିଭାଗ ସହ ମିଶି ଘଉଡାଉଥିଲେ, ଶୁଣ୍ଢରେ କଚାଡି ମାରିଦେଲା ହାତୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.