ଚାରିଦିନ ହେଲା ଉପଦ୍ରବ କରୁଥିଲା, ମକା କିଆରୀରୁ ମିଳିଲା ମୃତଦେହ

NEWS7
student-given-expire-medicine-at-school-in-paradeep9-student-hospitalised

ଢ଼େଙ୍କାନାଳ ୧୪।୩: ରାଜ୍ୟରେ ଦିନକୁ ଦିନ ବଢ଼ୁଛି ହାତୀ ଉପଦ୍ରବ । କେଉଁଠି ହାତୀ କାହା ଘରେ ପଶି ଭଙ୍ଗାରୁଜା କଲାଣି ତ ଆଉ କେଉଁଠି ଫସଲ ଦଳି ଚକଟି ଦେଉଛି । ଅନେକ ସମୟରେ ହାତୀ-ମଣିଷ ଲଢ଼େଇ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । କେତେବେଳେ ହାତୀ ପୁଣି ଆଉ କେତେବେଳେ ମଣିଷର ଜୀବନ ଯାଉଛି । ଯାହାକୁ ନେଇ ବନ ବିଭାଗର ଚିନ୍ତା ବଢ଼ିଛି । ହେଲେ ଜଙ୍ଗଲ ଧ୍ୱଂସର ଏହା କୁପରିଣତି ବୋଲି ଅନେକ ସମୟରେ କୁହାଯାଉଛି ।

​​​​​​​ଏ ଖବର ବି ପଢ଼ନ୍ତୁ:- ଯୁବକଙ୍କ ହାଇଡ୍ରାମା, ପୁରା ଗାଁ ରାତିସାରି ଅନିଦ୍ରା

ଗତ ଚାରିଦିନ ହେଲା ଉପଦ୍ରବ କରୁଥିଲା । ଉଜାଡ଼ି ଦେଉଥିଲା ଏକର ଏକର ମକା ଫସଲ । ଆଉ ଆଜି ତାର ମୃତଦେହକୁ ଠାବ କରାଯାଇଛି । ଢେଙ୍କାନାଳ ବନଖଣ୍ଡରେ ଏହି ଦନ୍ତା ହାତୀର ମୃତ୍ୟୁ ହୋଇଛି । ସଦର ବନାଞ୍ଚଳ ଅନ୍ତର୍ଗତ ନଟଖଟା ସେକ୍ସନର ବିମ୍ବଳ ନିକଟରୁ ଏହି ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ମୃତ ଦନ୍ତାର ବୟସ ପ୍ରାୟ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ନଟଖଟା ଗ୍ରାମ ନିକଟସ୍ଥ ଏକ ମକା କିଆରୀ ନିକଟରେ ହାତୀର ମୃତଦେହ ପଡିଛି । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର କରିଛନ୍ତି ।

ଏ ଖବର ବି ପଢନ୍ତୁ:- ନୀତି ବିଭ୍ରାଟ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନ ତତ୍ପର, ବୁଧବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ହାତୀ ମାନଙ୍କ ଉପଦ୍ରବରୁ ରକ୍ଷା ପାଇବା ପାଇଁ ମକା କିଆରୀ ଚାରିପଟେ ଦିଆଯାଇଥିବା ସୋଲାର ଫେନ୍ସିଂ ତାର ମୃତ ଦନ୍ତା ହାତୀ ଦେହରେ ଲାଗିଥିବା ଜଣାପଡିଛି । ହାତୀ ମୃତ୍ୟୁର ସଠିକ୍ କାରଣ କ’ଣ ଜଣାପଡି ନଥିଲେ ମଧ୍ୟ ସୋଲାର ଫେନ୍ସିଂରେ ହେବି କରେଣ୍ଟ ଚାର୍ଜ ଯୋଗୁଁ ହାତୀର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଛି । ତେବେ ବନ ବିଭାଗ ପକ୍ଷରୁ ଏ ସମ୍ପର୍କରେ କୌଣସି ମତାମତ ଦିଆଯାଉନାହିଁ । ହାତୀର ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ । ଏଭଳି ଘଟଣା ପରେ ମକା ଜମି ମାଲିକ କୈଳାଶ ଚନ୍ଦ୍ର ପ୍ରଧାନଙ୍କୁ ଅଟକ ରଖିଛି ବନ ବିଭାଗ ।