ନାଗପୁର ନୋଡାଲ ସ୍କୁଲରେ ପଡିଛି ତାଲା : ଫେରିଗଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | July 30, 2024 IST

କୋଣାର୍କ ୩୦।୭: ନାଗପୁର ନୋଡାଲ ସ୍କୁଲରେ ତାଲା ପକାଇ ଧାରଣା । ଫେରିଗଲେ ଛାତ୍ରଛାତ୍ରୀ । ମଙ୍ଗଳବାର ସକାଳୁ ଆଜବେଷ୍ଟସ ଚୋରି ଓ ପାଣି ଟାଙ୍କିରେ ମାଙ୍କଡ଼ ମୃତ୍ୟୁ ହେବା ପାଣିରେ ମଧ୍ୟାହ୍ନ ଭୋଜନ ରୋଷେଇ ହେବା ପ୍ରତିବାଦରେ ପରିଚାଳନା କମିଟି ଓ ଅଭିଭାବକଙ୍କ ପକ୍ଷରୁ ସ୍କୁଲକୁ ତାଲା ପକାଇ ଧାରଣା । ଫଳରେ ଶହ ଶହ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଆସି ଫେରୁଛନ୍ତି ।

ତିନି ଚାରି ଦିନ ତଳେ ସ୍କୁଲରୁ ଖୋଲା ଯାଇଥିବା ଆଜବେଷ୍ଟସ ଚୋରି ହୋଇଥିଲା । ଏ ସମ୍ପର୍କରେ ଗୋପ ଥାନାରେ ସ୍କୁଲ ପ୍ରଧାନଶିକ୍ଷକ ଏକ ଏତଲା ଦେଇଥିବା ବେଳେ ପରିଚାଳନା କମିଟି ପକ୍ଷରୁ ମଧ୍ୟ ଏତଲା ଦିଆଯାଇଥିଲା । ସେହିପରି ମଧ୍ୟ ଗୋଟିଏ ଛୁଆ ମାଙ୍କଡ଼ ପାଣି ଟାଙ୍କିରେ ମୃତ୍ୟୁ ହେବା ପରେ ସ୍କୁଲ ପକ୍ଷରୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ରୋଷେଇ ଛାତ୍ରଛାତ୍ରୀ ଖାଇବା ନେଇ ଅସନ୍ତୋଷ ଲାଗି ରହିଥିଲା । ସକାଳୁ ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ଲୋକମାନେ ସ୍କୁଲ ସମ୍ମୁଖରେ ତାଲା ପକାଇ ହୋହଲ୍ଲା କରୁଥିବା ବେଳେ ଆଜବେଷ୍ଟସ ଯାଉଥିବା ଗାଡ଼ିକୁ ଅଟକ ରଖିଛନ୍ତି । ଗୋପ ପୋଲିସ ଓ ଶିକ୍ଷା ବିଭାଗ ଏହି ଘଟଣାକୁ ଗୁରୁତ୍ବ ନ ଦେବାରୁ ଏପରି ପଦକ୍ଷେପ ନିଆ ଯାଇଥିବା ଜଣାପଡ଼ିଛି ।

You Can Read:

ଆନନ୍ଦପୁରରେ ଅଭାବନୀୟ ଘଟଣା : ପାଣିରେ ବୁଡି ୩ ଶିଶୁଙ୍କ ମୃତ୍ୟୁ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.