ବଣାଇଁରେ ଚାଞ୍ଚଲ୍ୟ, ବାଛୁରୀକୁ ଖାଇଦେଲା ବୋଲି ବିଷ ଦେଇ ବାଘକୁ ମାରିଦେଲେ

NEWS7
studio-owner-deadbody-found-in-jajpur-

ବଣାଇ ୧୨/୧୨: ସୁନ୍ଦରଗଡ଼ ଜିଲ୍ଲା ବଣାଇଁରେ ଚାଞ୍ଚଲ୍ୟ । ବନ ବିଭାଗର ତାମରା ରେଞ୍ଜ କୁସୁମଡିହି ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତ୍ୟୁ । ମୃତ ବାଘର ବୟସ ପ୍ରାୟ ୧୨ ବର୍ଷ ବୋଲି ଜଣାଯାଇଛି । ତେବେ ମୃତ୍ୟୁର କାରଣ ବିଷକ୍ରିୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ଘଟଣାସ୍ଥଳରେ ଆରସିସିଏଫ୍ ଓ ଡିଏଫ୍ଓ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ସୂଚନା ଥାଉକି, ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନାର ତାମରା ରେଞ୍ଜର କୁସୁମଡ଼ିହି ସେକ୍ସନର ଖେସାରା ଜଙ୍ଗଲରେ ଏକ କଲରା ପତରିଆ ବାଘର ମୃତ୍ୟୁ ହୋଇଛି । ବାଘ ମରିଥିବା ଖବର ବନ ବିଭାଗ ଜାଣିଲା ପରେ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ଯାହା ଜଣାପଡିଛି କିଛିଦିନ ତଳେ ଏକ ବାଛୁରୀକୁ ଏହି ବାଘ ମାରି ଦେଇଥିଲା । ତେବେ କିଛି ବ୍ୟକ୍ତି ସେହି ବାଛୁରୀରେ ବିଷ ଦେଇ ଛାଡି ଦେଇଥିଲେ । ଆଉ ସେହି ବାଘ ତାକୁ ଖାଇ ଦେବାରୁ ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳକୁ ବନବିଭାଗ ଅଧିକାରୀ ଯାଇ ଅଧିକ ତଦନ୍ତ ଚଳାଇଛନ୍ତି l