ମ୍ୟାଚ୍‌ରେ ବର୍ଷା ସାଜିଲା ବାଧକ, ନିରାଶ ହେଲେ ୟାର୍କର କିଙ୍ଗ

Published By : Prameya-News7 Bureau | December 14, 2024 IST

ନୂଆଦିଲ୍ଲୀ ୧୪/୧୨: ବ୍ରିସବେନର ଗାବା ଷ୍ଟାଡିୟମରେ ଆରମ୍ଭ ହୋଇଛି ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ । ତେବେ ପ୍ରଥମ ଦିନର ଖେଳରେ ବର୍ଷା ସାଜିଛି ବାଧକ। ମାତ୍ର ୧୩.୨ ଓଭର ଖେଳ ହୋଇଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି କୌଣସି ୱିକେଟ ନହରାଇ ୨୮ ରନ୍ କରିଛି। ଉସମାନ ଖୱାଜା ୧୯ ରନ୍ (୪୭ ବଲ, ୩ ଚୌକା) ଓ ନାଥନ ମ୍ୟାକସ୍ୱିନୀ ୪ ରନ୍ (୩୩ ବଲ୍‌) କରି ଅପରାଜିତ ଅଛନ୍ତି।

ମ୍ୟାଚ୍‌ରେ ଭାରତୀୟ ତଥା ଅଷ୍ଟ୍ରେଲିୟ ଫ୍ୟାନ୍ସଙ୍କୁ ଲାଗିଛି ଶକ୍ତ ଧକ୍କା।  କାରଣ ବର୍ଷା ପାଇଁ ଅଧାରୁ ବନ୍ଦ ରହିଛି ମ୍ୟାଚ୍ । ମ୍ୟାଚ୍ ଆରମ୍ଭରୁ ଅଳ୍ପ ସମୟ ପାଇଁ ଖେଳ ଚାଲିଥିଲା । ତେବେ ଏହି ଖେଳ ବେଳେ ଭାରତୀୟ ଫାଷ୍ଟ୍ ବୋଲରଙ୍କୁ ମିଳିନଥିଲା ଭଲ ରେଜଲ୍ଟ । କାରଣ ପିଚ୍‌ରେ ସେତେଟା ସ୍ୱିଙ୍ଗ ମିଳିନଥିଲା । 

ଖାସ୍ କରି ୟାର୍କର କିଙ୍ଗ ଯଶପ୍ରୀତ ବୁମ୍‌ରାଙ୍କ ଚିନ୍ତା ବଢିଯାଇଥିଲା । କୌଣସ ସଫଳତା ମିଳିନଥିବାରୁ ଚିନ୍ତିତ ହୋଇପଡିଥିଲେ ସେ । ଏତେ ଚିନ୍ତିତ ଥିଲେ କି, ଯାହା ରିଆକ୍ସନ ଦେଇଥିଲେ ତାହା ରେକର୍ଡ ହୋଇଯାଇଥିଲା ଷ୍ଟମ୍ପ ମାଇକ୍ରୋଫୋନରେ । ଖାଲି ରିଆକ୍ସନ ଦେଇନଥିଲେ ତ ପ୍ରତିକ୍ରିୟାଶୀଳ ହୋଇ କହି ଦେଇଥିଲେ । ଭିଡିଓରେ କହିଥିଲେ କି, କିଛି ସ୍ୱିଙ୍ଗ ହେଉନି। ଯେଉଁଠି ବି ବଲ୍ ପକାଇଲେ କିଛି ହେଉନାହିଁ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । 




ଭଲ ସୁଇଙ୍ଗ ମିଳୁ ନଥିବାରୁ ମ୍ୟାଚ୍‌ର ୫ମ ଓଭରରେ ବୁମ୍‌ରା ତାଙ୍କ ଲେଙ୍ଗଥ ଟିକେ ବଦଳାଇ ଥିଲେ ପିଚ୍‌ରେ କିଛି ମୁଭ୍‌ମେଣ୍ଟ ପାଇବା ପାଇଁ। ତଥାପି ତାଙ୍କୁ ସ୍ୱିଙ୍ଗ ମିଳି ନଥିଲା। ତା’ପରେ ହତାଶ ଯଶପ୍ରୀତ ବୁମ୍‌ରା ତାଙ୍କ ବୋଲିଂ ମାର୍କ ଆଡ଼କୁ ଯାଉଥିବା ବେଳେ କହିଥିଲେ, ନହିଁ ହୋ ରହା ସ୍ୱିଙ୍ଗ, କହିଁ ବି କର...। 




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.