ସେ କାହିଁକି ଦଳ ଛାଡ଼ିଲେ ସେ ହିଁ କହିବେ, ଦଳ ଚାଲିଛି ଚାଲିବ : ସୁଦାମ ମାର୍ଣ୍ଡି

Published By : Prameya-News7 Bureau | August 01, 2024 IST

ବାରିପଦା ୧।୮: ନିର୍ବାଚନ ପରେ ବିଜୁ ଜନତା ଦଳକୁ ବଡ଼ ଧକ୍କା । ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ । ମମତାଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖିଛନ୍ତି ସୁଦାମ ମାର୍ଣ୍ଡି । ସେ କାହିଁକି ଦଳ ଛାଡ଼ିଲେ ସେ ହିଁ କହିବେ ଏବଂ ଦଳ ଚାଲିଛି ଚାଲିବ ବୋଲି ସୁଦାମ କହିଛନ୍ତି । 

ବୁଧବାର ହଠାତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ମୟୂରଭଞ୍ଜରୁ ରାଜ୍ୟସଭାକୁ ଯାଇଥିବା ମମତା ମହାନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଆଲୋଡନ ଓ ଆଲୋଚନା ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦଳ ମମତାଙ୍କୁ ଯଥେଷ୍ଟ ସମ୍ମାନ ଦେଇଛି । ରହିବା ଛାଡ଼ିବା ତାଙ୍କ ଇଚ୍ଛା । ବିଜେଡି ଦଳ ଥିଲା ଓ ଆଗକୁ ଚାଲିବ ବୋଲି ସୁଦାମ କହିଛନ୍ତି ।

You Can Read:

ବଢୁଛି ଦୟା ଓ ରାଜୁଆ ନଦୀର ଜଳସ୍ତର, ନଦୀକୂଳିଆବାସୀ ଭୟଭୀତ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.