ସରକାରୀ ଜମିରୁ ଘର ଉଚ୍ଛେଦ, ନିଜ ଦେହରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମହୁତି ଉଦ୍ୟମ

Published By : Prameya-News7 Bureau | September 28, 2024 IST

କାମାକ୍ଷାନଗର ୨୮।୯: ସରକାରୀ ଜାଗାରେ ଘର ଉଚ୍ଛେଦକୁ ନେଇ ନିଜ ଦେହରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅନ୍ତର୍ଗତ ୧ନଂ ଓ୍ବାର୍ଡ ସାନଇନ୍ଦିପୁର ଗାଁରେ ସରକାରୀ ଜମିରୁ ଘର ଉଚ୍ଛେଦକୁ ନେଇ ଗାଁର ବିପିନି ନାୟକ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ନ୍ୟାୟ ପାଇଁ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ । ଉପଜିଲ୍ଲାପାଳଙ୍କ ଅଫିସକୁ ଆସିଥିବା ଲୋକ ଏବଂ କର୍ମଚାରୀମାନେ ତାଙ୍କୁ ବାରଣ କରିଥିଲେ । ଏଥିସହିତ ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଯୁବକଙ୍କୁ କାବୁ କରି ନେଇଥିଲେ । ଉଦ୍ଧାର କରି ଜମି ଉଚ୍ଛେଦ ସମ୍ପର୍କରେ ବୁଝେଇବା ସହ ଆତ୍ମାହୁତି ସମାଧାନର ବାଟ ନୁହେଁ ବୋଲି ବୁଝାସୁଝା କରିଥିଲେ । ତେବେ ତାଙ୍କର ଦୀର୍ଘ ଦିନ ହେବ ସରକାରୀ ଜମିରେ ଘର ତିଆରିକୁ ନେଇ ହାଇକୋର୍ଟରେ କେସ୍ ଜାରି ରହିଥିଲା । ଯାହାକୁ ନେଇ କୋର୍ଟର ନିର୍ଦ୍ଦେଶ କ୍ରମେ ପ୍ରଶାସନ ଘର ଭାଙ୍ଗିଥିଲା । ଏଥିପାଇଁ ମାନସିକ ଚାପରେ ବିପିନି ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ଜଣାପଡିଛି ।

You Can Read:

ଘରେ କେହି ନଥିବା ବେଳେ ବୁଲାଇଲେ କଳାକନା, କବାଟ ଜାଳି ଲୁଟିନେଲେ ଦୁର୍ବୃତ୍ତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.