ବଲାଙ୍ଗୀର ୦୭।୦୧ : ବଲାଙ୍ଗିରର ପ୍ରସିଦ୍ଧ ଶୁଳିଆ ଯାତ୍ରା। ପୁଣି ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ । ବଲାଙ୍ଗିର ଦେଓଗାଁ ବ୍ଲକ ଖଇରଗୁଡା ଗାଁ ର ବଡ଼ଖଳା ଓ ସାନ ଖଳାରେ ହଜାର ହଜାର ପଶୁପକ୍ଷୀ ବଳି ପଡିଛି। ଏନେଇ ଶୁଳିଆ ପୀଠରେ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଛି। ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ପାଳନ ହୁଏ ଶୁଳିଆ ଯାତ୍ରା। ଏହା କନ୍ଧ ଆଦିବାସୀ ମାନଙ୍କ ଆଦି ପରମ୍ପରା ଓ ପୂଜା। ଏଥିରେ ପ୍ରକୃତିକୁ ପୂଜା କରାଯାଇଥାଏ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୁଳିଆ ଯାତ୍ରା ହେଉଥିବା ବେଳେ ଖଇରଗୁଡା ବଡ଼ ଖଳା ଓ ସାନ ଖଳା ଏହାର ମୁଖ୍ୟ ପୀଠ। ଏଠାରେ ହଜାର ହଜାର ସଂଖ୍ୟାରେ ପଶୁପକ୍ଷୀଙ୍କ ବଳି ପଡିଛି ।
ଓଡ଼ିଆ ଅସ୍ମିତାର ପ୍ରତୀକ ରାଷ୍ଟ୍ରପତି, ମନର କଥାକୁ ଲେ...
