ଶୀତଳାପଲ୍ଲୀ ସମ୍ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର, ଶତାଧିକ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ମେଡିସିନ ବଣ୍ଟନ

Published By : Prameya-News7 Bureau | January 11, 2025 IST

ବ୍ରହ୍ମପୁର ୧୧/୧: ଗଞ୍ଜାମ ଜିଲ୍ଲା ଶୀତଳାପଲ୍ଲୀ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍‌ପିଟାଲ-୩ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ । କବିସୂର୍ଯ୍ୟନଗର କୁମୁଟି ସାହି ରଘୁନାଥ ମନ୍ଦିର ନିକଟ ପେଣ୍ଠ ଘର ଠାରେ ବସିଥିଲା ସ୍ବାସ୍ଥ୍ୟ ଶିବିର । ଏଥିରେ ସମ୍‌ ହସ୍‌ପିଟାଲର ବିଭିନ୍ନ ବିଭାଗର ଦକ୍ଷ ଓ ଅଭିଜ୍ଞ ଡାକ୍ତର ଉପସ୍ଥିତ ରହି ରୋଗୀଙ୍କ ଚିକିତ୍ସା କରିବା ସହ ମେଡିସିନ ଦେଇଥିଲେ । 


ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ରୋଗୀ ଆସି ମାଗଣା ସ୍ବାସ୍ଥ୍ୟ ସେବା ସହ ଉତ୍ତମ ଚିକିତ୍ସା ଓ ମାଗଣା ଔଷଧ ପାଇ ଖୁସି ବ୍ୟକ୍ତ କରିଛନ୍ତି । ସମ୍‌ ହସ୍‌ପିଟାଲର କର୍ତ୍ତୃପକ୍ଷଙ୍କ ଏଭଳି ନିଆରା ପ୍ରୟାସ ପାଇଁ ସମସ୍ତ ଡାକ୍ତରୀ ଟିମ୍‌, ମେଡିସିନ ବିଭାଗର କର୍ମକର୍ତ୍ତାଙ୍କ ସହ ଆୟୋଜକ କଳିଙ୍ଗ ବୈଶ୍ୟ ମହିଳା ସଂଘଙ୍କୁ ରୋଗୀ ଓ ତାଙ୍କ ପରିବାର ଧନ୍ୟବାଦ ଦେଇଛନ୍ତି । ସ୍ବାସ୍ଥ୍ୟ ସେବା ଦିଗରେ ସମ୍‌ ହସ୍‌ପିଟାଲର ଏହି ପଦକ୍ଷେପ ସଂପୂର୍ଣ୍ଣ ନୂଆ ଓ ରାଜ୍ୟରେ ପ୍ରଥମ । ସମ୍‌ ହସ୍‌ପିଟାଲର ଲକ୍ଷ୍ୟ ହେଉଛି ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ସମସ୍ତ ଲୋକ କେମିତି ସ୍ବଳ୍ପ ଖର୍ଚ୍ଚରେ ସ୍ବାସ୍ଥ୍ୟ ସୁବିଧା ପାଇପାରିବେ ।  

 

  • Ganjam News
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.