ନାସାର ସମୟ ସାରଣୀ ଧାର୍ଯ୍ୟ; ସ୍ପେଶ୍ ଷ୍ଟେସନରୁ ଫେରିବେ ସୁନୀତା ଓ ସାଥି

Published By : Prameya-News7 Bureau | March 17, 2025 IST

ନୂଆଦିଲ୍ଲୀ: ସ୍ପେଶ୍ ଷ୍ଟେସନରୁ ଭୂପୃଷ୍ଠକୁ ଫେରିବେ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ସାଥି । ବୁଧବାର ଭୋର ୩ଟା ୧୪ ମିନିଟରେ ଫ୍ଲୋରିଡ଼ା ଉପକୂଳରେ ଅବତରଣ କରିବ ସ୍ପେଶ୍ କ୍ରାଫ୍ଟ । ଏନେଇ ନାସା ପକ୍ଷରୁ ତାରିଖ ଓ ସମୟ ଘୋଷଣା କରାଯାଇଛି । ଏହାଛଡ଼ା ସୁନୀତା ଏବଂ ଓ୍ବିଲମୋରଙ୍କୁ ଟିମ୍ ନେଇ ଫେରିବା ବେଳେ ସ୍ପେଶଏକ୍ସ କ୍ରୁ-୯ର ପୂରା ଲାଇଭ୍ କଭରେଜ୍ କରାଯିବ ।  

ନାସା ଦ୍ବାରା ଦିଆଯାଇଥିବା ସୂଚନା ମୁତାବକ, ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍ ଓ୍ବିଲମୋରଙ୍କୁ ସ୍ପେଶ୍ ଷ୍ଟେସନରୁ ଫେରାଇ ଆଣିବାକୁ ଯାଇଥିବା ସ୍ପେଶ୍ଏକ୍ସ କ୍ରୁ-୯ ସ୍ପେଶକ୍ରାଫ୍ଟ ସୋମବାର ରାତି ୧୦.୪୫ ମିନିଟରେ ସେଠାରୁ ପୃଥିବୀ ପୃଷ୍ଠକୁ ଯାତ୍ରା ଆରମ୍ଭ କରିବ । ଏହାର ଲାଇଭ୍ କଭରେଜ୍ ଡ୍ରାଗନ ମହାକାଶ ଯାନ ହୈଚ୍ କ୍ଲୋଚର ଦ୍ବାରା ହେବ । ଆମେରିକା ସମୟ ଅନୁସାରେ ମାର୍ଚ୍ଚ ୧୮ ତାରିଖ ସଂଧ୍ୟା ୫.୫୭ ମିନିଟ୍ ଏହା ଫ୍ଲୋରିଡା ଉପକୂଳରେ ଅବତରଣ କରିବ । ଭାରତୀୟ ସମୟରେ ସ୍ପେଶ୍ କ୍ରାଫ୍ଟ ମାର୍ଚ୍ଚ ୧୯ ତାରିଖ ଭୋର୍ ପ୍ରାୟ ୩.୧୪ ମିନିଟରେ ଅବତରଣ କରିବ । ୮ଦିନ ପାଇଁ ଯାଇ ୯ ମାସ ହେଲା ସ୍ପେଶ୍ ଷ୍ଟେସନ ଫସିଛନ୍ତି ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ବୁଚ୍ ଓ୍ବିଲମୋର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.