ନୂଆଦିଲ୍ଲୀ ୧୭/୦୩: ଆଉ କିଛି ଘଣ୍ଟାର ଅପେକ୍ଷା । କାଉଣ୍ଟଡାଉନ୍ ବିଗନ୍ । ପୃଥିବୀକୁ ଫେରିବେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ । କେବଳ ସୁନୀତା ନୁହେଁ ତାଙ୍କ ସାଥୀ ବୁଚ୍ ୱିଲମୋର ବି ଫେରିବେ । ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । କାରଣ ତାଙ୍କୁ ଆଣିବାକୁ ଯାଇଥିବା କ୍ରୁ-୧୦ ପହଞ୍ଚିଛି ମହାକାଶରେ । ରବିବାର ଦେଖିବାକୁ ମିଳିଥିଲା ଐତିହାସିକ ମୂହୁର୍ତ୍ତର ଝଲକ୍ ।
ଦୀର୍ଘ ୯ ମାସ ହେଲା ଉଭୟ ମହାକାଶରେ ଫସିଥିବାବେଳେ ସେମାନଙ୍କୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ନାସା ଓ ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍ଏକ୍ସ ଦ୍ୱାରା ମିଳିତ ଭାବେ ଲଞ୍ଚ କରାଯାଇଥିବା କ୍ରୁ-୧୦ ମିଶନ୍ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ପହଞ୍ଚିଥିଲା । ସଫଳ ଡକିଂ ଓ ହ୍ୟାଚ୍ ଖୋଲିଯିବା ପରେ ମିଶନ୍ର ମହାକାଶଚାରୀମାନେ ସୁନୀତା, ବୁଚ୍ଙ୍କୁ ସାକ୍ଷାତ କରିଥିଲେ । ରେସ୍କ୍ୟୁ ଟିମ୍ ପହଞ୍ଚିବା ପରେ ଆଇଏସ୍ଏସ୍ରେ ସୃଷ୍ଟି ହୋଇଥିଲା ଖୁସିର ମାହୋଲ ।
#WATCH | Stranded for 9 months at International Space Station (ISS), astronauts Butch Wilmore and Sunita Williams to return to earth
— ANI (@ANI) March 16, 2025
A SpaceX rocket carrying a new crew has docked at the International Space Station (ISS) as part of a plan to bring astronauts home. The astronauts… pic.twitter.com/rb38BeCEQ6
ସୁନୀତା ସାଥୀ ମହାକାଶଚାରୀଙ୍କ ସହ ମହାକାଶରେ ଧୂମ ନାଚିଥିଲେ । ଏହି ଖୁସିର କ୍ଷଣ କଏଦ ହୋଇଥିଲା କ୍ୟାମେରାରେ । ଖାସ୍ କରି ସୁନୀତା ସମସ୍ତଙ୍କୁ ଆଲିଙ୍ଗନ କରି ଖୁସି ପ୍ରକାଶ କରିଥିଲେ । ମହାକାଶରେ ହୋଇଥିବା ସେହି ସେଲିବ୍ରେସନ୍ର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ବୋଇଂ ଓ ନାସାର ମିଳିତ ‘କ୍ରୁ ଫ୍ଲାଇଟ୍ ଟେଷ୍ଟ ମିଶନ୍’ ଅନୁସାରେ ସୁନୀତା, ବୁଚ୍ ଗତବର୍ଷ ଜୁନ୍ ୫ରେ ମହାକାଶକୁ ଯାଇଥିଲେ । ସେମାନଙ୍କୁ ପ୍ରାୟ ଏକ ସପ୍ତାହ ମଧ୍ୟରେ ଫେରିବାର ଥିଲା । କିନ୍ତୁ ସେମାନଙ୍କୁ ନେଇ ଯାଇଥିବା ବୋଇଂ ଷ୍ଟାରଲାଇନର ମହାକାଶଯାନରେ ପ୍ରଯୁକ୍ତିଗତ ତ୍ରୁଟି ଯୋଗୁ ଦୀର୍ଘ ୯ ମାସ ହେଲା ମହାକାଶରେ ଉଭୟ ଫସି ରହିଛନ୍ତି ।
.@NASA will provide live coverage of Crew-9’s return to Earth from the @Space_Station, beginning with @SpaceX Dragon hatch closure preparations at 10:45pm ET Monday, March 17.
— NASA Commercial Crew (@Commercial_Crew) March 16, 2025
Splashdown is slated for approximately 5:57pm Tuesday, March 18: https://t.co/yABLg20tKX pic.twitter.com/alujSplsHm
ଏହାପରେ ବାଧ୍ୟହୋଇ ନାସା ସ୍ପେସ୍ଏକ୍ସର ମହାକାଶଯାନରେ ସେମାନଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲା । ସେହି ମୁତାବକ, କ୍ରୁ-୧୦ର ଟିମ୍ ଶନିବାର ଭାରତୀୟ ସମୟ ଅନୁସାରେ ସକାଳ ପ୍ରାୟ ୪.୩୦ରେ ସ୍ପେସ୍ଏକ୍ସର ଫାଲ୍କନ୍ ୯ ରକେଟ୍ ଜରିଆରେ ଡ୍ରାଗନ୍ ମହାକାଶଯାନରେ ଉଡ଼ାଣ ଭରିଥିଲେ । ଫ୍ଲୋରିଡାସ୍ଥିତ କେନେଡି ସ୍ପେସ ସେଣ୍ଟରରୁ ଏହାକୁ ଲଞ୍ଚ୍ କରାଯାଇଥିଲା ।