ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଆଗତ,ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | November 26, 2024 IST

ଭୁବନେଶ୍ବର ୨୬/୧୧: ବିଧାନସଭାରେ ଆଗତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‌ । ୧୨ ହଜାର ୧୫୬ କୋଟିର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । 

-  ରତ୍ନଭଣ୍ଡାର ପାଇଁ ୫କୋଟି
-   ସୁଭଦ୍ରା ପାଇଁ ୧୧୯୬ କୋଟି  
-   ପ୍ରଶାସନିକ କ୍ଷେତ୍ର ପାଇଁ ୧ହଜାର ୬୮୫ କୋଟି,   
-   ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୨୦ କୋଟି । 
-   ଧରତୀ ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଇଁ ୯୨ କୋଟି 
-   ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ଅଧୀନରେ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଆବଣ୍ଟନ ପାଇଁ ୧୪୨ କୋଟି 
-   CAPF ମୁତୟନ ପାଇଁ ୨୯୯ କୋଟି ଟଙ୍କା 
-   ପୋଲିସ ଷ୍ଟେସନ ଓ ଫାଣ୍ଡିରେ CCTV ତନଖି ବ୍ୟବସ୍ଥା ସ୍ଥାପନ ପାଇଁ ୫୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
-   ୨୨ ଟି ITi ରେ ଉତ୍କର୍ଷ କେନ୍ଦ୍ର (Centre of Excellence)  ପ୍ରତିଷ୍ଠା ପାଇଁ ୧୩୦ କୋଟି 
-   ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତ ସୁବିଧା ବିକାଶ ପାଇଁ ୨୬ କୋଟି  
-   ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ୬୦ କୋଟି 
-  ବିଭିନ୍ନ ନିଯୁକ୍ତି ପରୀକ୍ଷା ଆୟୋଜନ ପାଇଁ ୧୫ କୋଟି 
-  ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ (GA&PG)  ଅଧୀନରେ ଥିବା ଅଣଆବାସିକ କୋଠାର ରକ୍ଷଣାବେକ୍ଷଣ ପାଇଁ ୧୩ କୋଟି 
-  କୋଠ ଭୋଗ ଦାନ ଯୋଜନା ପାଇଁ ୧୫ କୋଟି 
-  ଶ୍ରଦ୍ଧାଳୁମାନେ ରଥ ଚଢ଼ିନଥିବାରୁ ଦଇତାପତିଙ୍କୁ କ୍ଷତିପୂରଣ ବାବଦରେ ୧୨ କୋଟି 
-  ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ ପାରିଶ୍ରମିକ ବ୍ୟବସ୍ଥା ପାଇଁ ଅନୁଦାନ ବାବଦରେ ୫ କୋଟି 
-  ଓଡ଼ିଶା ବିଧାନସଭାର କୋଠା ନିର୍ମାଣ ପାଇଁ ୬ କୋଟି 
-  ରାଜ୍ୟର ମାଧ୍ୟମିକ ବିଦ୍ୟାଳୟରେ ଅତିଥୁ ଅଧ୍ୟାପକଙ୍କ ଦରମା ବାବଦରେ ୨୦ କୋଟି 
-  ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦକୁ ୧୩ କୋଟି 
-  କର୍ମଚାରୀ ରାଜ୍ୟ ବୀମା ଯୋଜନାରେ ଔଷଧ ବାବଦରେ ୧୫ କୋଟି 
-  ଓଡ଼ିଶା ଉଠା ଜଳସେଚନ ନିଗମ (OLIC)କୁ ଅନୁଦାନ ବାବଦରେ ୨୦ କୋଟି
-  ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ସାଧାରଣ ମହାବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ ୩୭ କୋଟି 
-  ମହାବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ ୧୭ କୋଟି 
-  ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ ୨୭ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ବେଳେ ସେଥିମଧ୍ୟରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ୫ କୋଟି ଟଙ୍କା, ଉତ୍କଳ ବିଶ୍ୱ ବିଦ୍ୟାଳୟ ପାଇଁ ୧୩ କୋଟି ଟଙ୍କା ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟ ପାଇଁ ୨ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି 

 

 


 

  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.