ଅକ୍ଟୋବର ମାସରୁ ରାସନରେ ମିଳିବ ଚାଉଳ ସହ ଗହମ : ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | September 27, 2024 IST

ଭୁବନେଶ୍ବର ୨୭।୯: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ । ଆସନ୍ତା ଅକ୍ଟୋବର ମାସରୁ ମିଳିବ ରାସନରେ ଗହମ । ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । 

ମନ୍ତ୍ରୀ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହ କଥା ହୋଇଛି । ପୂର୍ବ ସରକାର ଗହମ ବନ୍ଦ କରିଥିଲେ । ଆମ ସରକାର ଆସିବା ପରେ ଗହମ ଦେବାକୁ ନିଷ୍ପତ୍ତି ନେଇଥିଲୁ । ଏବେ ଅର୍ଡର ଆସିଛି । ମୁଣ୍ଡ ପିଛା ଏକ ପଞ୍ଚମାଂଶ ପାଇବେ । ହିତାଧିକାରୀ ୨୦ ପ୍ରତିଶତ ଗହମ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି ।

ଗହମ ଦେବାକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ଚିଠି କରିଛି । ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ । ଚାଉଳ ସହ ଗହମ ଦିଆଯିବ ବୋଲି ମନ୍ତ୍ରୀ ବିଧାନସଭାରେ କହିଥିଲେ ।


You Can Read:

ଭରତପୁର ଥାନା ବିବାଦ ମାମଲା, ନିଲମ୍ବିତ ୪ ପୋଲିସ କର୍ମଚାରୀଙ୍କ ହେବ ନାର୍କୋ ଟେଷ୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.