ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ପାରାଦୀପ ବିଚ୍, ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ

NEWS7
supply-minister-said-we-will-not-depend-on-other-states-for-potatoes-onions-and-vegetables

ପାରାଦୀପ ୧୩।୨: ପାରାଦୀପ ହେବ ବ୍ଲୁ ଫ୍ଲାଗ୍ ବିଚ୍ । ପର୍ଯ୍ୟଟନ କ୍ଷେତ୍ରରେ ସୃଷ୍ଟି କରିବ ନୂଆ ଅଧ୍ୟାୟ । ଏହା ସହିତ ପାରାଦୀପକୁ ବିଭିନ୍ନ କ୍ଷେତ୍ରରେ କିପରି ବିକାଶ କରାଯାଇପାରିବ ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ସମସ୍ତ ପ୍ରୟାସ । ଦିନିକିଆ ପାରାଦୀପ ଗସ୍ତରେ ଆସିବା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।

ଏ ଖବର ବି ପଢ଼ନ୍ତୁ:- ଆଉନାହାଁନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ୮୭ ବର୍ଷ ବୟସରେ ବରିଷ୍ଠ ରାଜନେତାଙ୍କ ଦେହାନ୍ତ

ପାରାଦୀପ ଲାଇଟ୍ ହାଉସ୍ ବେଳାଭୂମିରେ ଜଗତସିଂହପୁର ଜିଲ୍ଲାପାଳ, ଏସ୍ପି ଓ ବିଭିନ୍ନ ଅଧିକାରୀ ମାନଙ୍କ ସହିତ ଏ ନେଇ ବିସ୍ତୃତ ଆଲୋଚନା କରିବା ସହିତ ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ପ୍ରକୃତିର ବିରଳ ଅବଦାନ ବଙ୍ଗୋପସାଗର ଉପକୂଳର ପାରାଦୀପ ଠାରୁ ୭ କିଲୋମିଟର ସମୁଦ୍ର କୂଳ ବେଳାଭୂମିରେ ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣ ହେବ । ପ୍ରଥମ ପର୍ଯ୍ୟାୟରେ ୩ କିଲୋମିଟର ପାଇଁ ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ଶେଷସୁଦ୍ଧା ଶେଷ କରିବାକୁ ସମସ୍ତ ପ୍ରୟାସ ଜାରି ରହିଛି ବୋଲି କହିବା ସହିତ ବିଭିନ୍ନ କୋଣରୁ ପାରାଦୀପର ମ୍ୟୁନିପାଲିଟି ହେଉ କିମ୍ବା ବନ୍ଦରନଗରୀର ବିକାଶ ପାଇଁ ବନ୍ଦର ଅଧ୍ୟକ୍ଷଙ୍କ ସହିତ ବିଭିନ୍ନ ଶିଳ୍ପସଂସ୍ଥା ମାନଙ୍କ ସହିତ ବିସ୍ତୃତ ଆଲୋଚନା କରାଯିବା ନେଇ କହିଛନ୍ତି ମୁଖ୍ୟ ଶାସନ ସଚିବ । ପାରାଦୀପ ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣ ହେବାପରେ ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନା କରିବା ସହିତ ଗୋଆ ବିଚ୍ ଭଳି ପାରାଦୀପ ବେଳାଭୂମିକୁ ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କ ଆଗମନ ହେବ । ଯାହା ଫଳରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସ୍ଥାନୀୟ ଲୋକେ ସ୍ୱାବଲମ୍ବୀ ହେବା ସହିତ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଦେଶ ବିଦେଶରେ ସୁନାମ ଅର୍ଜନ କରିବ । ରାଜ୍ୟ ସରକାର ଯେଉଁଭଳି ପୁରୀ, ପାରାଦୀପ ଓ ଭୁବନେଶ୍ୱରକୁ ଇକୋନୋମିକାଲ କରିଡ଼ର ନିର୍ମାଣ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଏହା ପାରାଦୀପର ବିକାଶରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଛନ୍ତି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।

ଏ ଖବର ବି ପଢ଼ନ୍ତୁ:- ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ, ୩ ଦିନ ଧରି ଜଳିବ ଜଗତମଙ୍ଗଳ ଦୀପ