ଜମିଜମା ବିବାଦ ଓ ପ୍ରେମ ବ୍ୟାପାରକୁ ନେଇ ସୁରଥ ନାୟକଙ୍କୁ ହତ୍ୟା, ଜଣଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | July 13, 2024 IST

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଫୁଲଚରା ଗାଁର ବିଜେପି କର୍ମୀଙ୍କୁ ହତ୍ୟା ଘଟଣାରେ ଏଡିପିଓଙ୍କ ସାମ୍ୱାଦିକ ସମ୍ମିଳନୀ । ହତ୍ୟା ଘଟଣା କୌଣସି ରାଜନୈତିକ ନୁହେଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ହୋଇଥିବା ସ୍ପଷ୍ଟ କଲା ପୋଲିସ । ଘଟଣାର ତଦନ୍ତ କରି ଅଭିଯୁକ୍ତ ନିରାକାର ଖଣ୍ଡାୟତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଜମିଜମା ବିବାଦ ସହ ପ୍ରେମ ବ୍ୟାପାରକୁ ନେଇ ହତ୍ୟା କରିଥିବା ସୂଚନା ଦେଲେ ଏସଡ଼ିପିଓ । 

ସୂଚନାଯୋଗ୍ୟ ଯେ, ନିରାକାର ହିଁ ସୁରଥକୁ ହତ୍ୟା କରି ଏକ କୂଅରେ ଫିଙ୍ଗି ଦେଇଥିଲେ । କାରଣ ବିଭିନ୍ନ ସମୟରେ ସୁରଥ ନିରାକାରଙ୍କୁ ଧମକ ଚମକ ଦେବା ସହିତ ତାଙ୍କ ଝିଅ ମାନଙ୍କୁ ବର୍ବାଦ କରିଦେବାକୁ ଧମକ ଦେଉଥିଲେ। ତେବେ ଘଟଣାଟି ସମ୍ପୂର୍ଣ୍ଣ ପାରିବାରିକ ଥିବାବେଳେ ଏଥିରେ କୌଣସି ରାଜନୀତିକ ସମ୍ପର୍କ ନାହିଁ ବୋଲି ଏସଡ଼ିପିଓ ସ୍ପଷ୍ଟ କରିଛନ୍ତି ।   ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ରାଜନୈତିକ ହିଂସାକୁ ନେଇ ହତ୍ୟା କରାଯିବା ସହିତ ବିଜେଡ଼ି ନେତା ଓ କର୍ମୀ ସୁରଥଙ୍କୁ ହତ୍ୟା କରିଥିବା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ନିରପେକ୍ଷ ତଦନ୍ତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର ଠାରୁ ତିନି ଜଣକୁ ଅଟକ ରଖି ପଚରା ଉଚରା କରିବା ସହିତ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଏସପି ଋଷିକେଶ ଖିଲାରୀ ପ୍ରତ୍ୟକ୍ଷ ଭାବେ ତଦନ୍ତରେ ସାମିଲ ହୋଇଥିଲେ । ତେବେ ଶନିବାର ନିରାକାର ହତ୍ୟା ଘଟଣାକୁ ସ୍ବୀକାର କରିବା ସହିତ ନିଜେ ହତ୍ୟା କରିଥିବା ମାନିଥିବା କହିଛନ୍ତି ଏସଡ଼ିପିଓ । ଫଳରେ ଅନ୍ୟ ଦୁଇ ଜଣକୁ ଛାଡି ଦେଇଥିବା ବେଳେ ନିରାକାରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ।

You Can Read:

ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା : ରାସ୍ତାକୁ ଓହ୍ଲାଇଲା ଯୁବ ଓ ଛାତ୍ର କଂଗ୍ରେସ, ତୁରନ୍ତ ଗିରଫ କରିବାକୁ ତାରାଙ୍କ ଦାବି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.