LIVE TV

ମୁଁ ନିଜେ ନିର୍ବାଚନ ଲଢିବାକୁ ପଇସା ନାହିଁ, ଆଉ କାହା ପାଇଁ କେଉଁଠୁ ଆଣିବି ?

NEWS7
suresh-pujari-has-informed-that-108-blocks-have-been-affected-by-cyclone-dana

ଭୁବନେଶ୍ୱର ୧୭।୧୧ : ମୁଁ ନିଜେ ନିର୍ବାଚନ ଲଢିବାକୁ ପଇସା ଖର୍ଚ୍ଚ କରିପାରିଲିନି । ପୁଣି ଆଉ କାହା ପାଇଁ କେଉଁଠୁ ଆଣିବି । ନୂଆପଡ଼ା ଉପନିର୍ବାଚନରେ ବିଜେପି ଜିତିବା ପଛରେ ବିଜେପି କି ରାଜେନ୍ଦ୍ର ନୁହଁନ୍ତି ବରଂ ଜଣେ ପୋଲିସ ଅଫିସର ରହିଛନ୍ତି । ବିଜେଡି ଠାରୁ ବିଜେପିରେ ଅଧିକ ବ୍ୟୁରୋକାଟ ଚାଲିଛି । କାହିଁକି ନା ତାଙ୍କ ନିର୍ବାଚିତ ପ୍ରତିନିଧି ଅଫିସରଙ୍କ ନତମସ୍ତକ କରିଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆପଡ଼ାରେ ଭୋଟ ଚୋରି ନୁହେଁ, ଭୋଟ ଲୁଟି ନେଲେ । ସବୁ ଦଳରେ ବିଭୀଷଣ ଅଛନ୍ତି । ତେଣୁ ଆମ ପାର୍ଟିରେ ବି ଅଛନ୍ତି । ଅନୁଧ୍ୟାନ କରୁଛି, ଯେତେ ବଡ଼ ଲୋକ ହେଲେ ବି ଆକ୍ସନ ନିଆଯିବ । ନୂଆପଡ଼ାରେ ବିଜେଡି ବିଜେପିର ସାନ ଭାଇ ଭଳି କାମ କରୁଥିଲା । ବିଜେପି ସଭାରେ ନୂଆପଡ଼ାରେ ଲୋକ ହେଉନଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ହେଲେ ନାହିଁ, ଖାଦ୍ୟ ନଷ୍ଟ ହେଲା । ସେ ଖାଦ୍ୟ ଖାଇ ୧୭ଟି ଗାଈଙ୍କର ମୃତ୍ୟୁ ହୋଇଗଲା । ଲୋକ ହେଉନଥିବା ବିଜେପି କିପରି ୮୩ ହଜାର ଭୋଟରେ ବିଜୟୀ ହେଲା । ଏହା କିପରି ସମ୍ଭବ ହେଲା । ଅସାଧୁ ଆଚରଣ କରି ଭୋଟ ଚୋରି କରିଛି ବିଜେପି । ପୋଲିସ ଜରିଆରେ ବୁଥ୍ ଏଜେଣ୍ଟ ଟଙ୍କା ଦେଇ ବିଜେପିକୁ ଭୋଟ ଦେବାକୁ ବାଧ୍ୟ କରାଯାଇଛି । ପ୍ରଶାସନକୁ ବଦଳିର ଧମକ ଦେଇ କବ୍ଜାରେ ରଖିଥିଲେ। ନୂଆପଡ଼ାରେ ବିଜେପି ପଇସାରେ ସୁନାମୀ କରିଥିଲା। ଏହାପରେ ଇଭିଏମ୍ ମେସିନ ଜରିଆରେ ଅସାଧୁ ଉପାୟରେ ଭୋଟ ନେଇଗଲେ । ଶୁଣିବାକୁ ପାଉଛି ଭୋଟ ଗଣତିରେ ଭୋଟ ୪ଟା ମେସିନ ବଦଳାଯାଇଛି । ତେଣୁ ସେଦିନର ସିସିଟିଭି ଫୁଟେଜ୍ ମିଡିଆକୁ ଦିଆଯାଉଛି । ୪୧ଟି ବୁଥରେ ୯୧ ପ୍ରତିଶତ ଭୋଟ କିପରି ହେଲା, ତାହା ଏବେବି ସନ୍ଦେହ ଘେରରେ । ବିଜେଡିର ଅସ୍ତିତ୍ୱ ଓଡ଼ିଶାରେ ନାହିଁ । ୫୦ ବିଧାୟକ ରହିବି କିଛି ଲାଭ ନାହିଁ ।

ସେହିପରି ବିଜେପି ପ୍ରାର୍ଥୀ କାହିଁକି ଜଣେ ପୋଲିସ ଅଧିକାରୀଙ୍କ ପାଦ ଧରି ଆର୍ଶୀବାଦ ନେଲେ । ଯେହେତୁ ଜୟ ଢୋଲକିଆଙ୍କ ବିଜୟରେ ସେ ସହାୟକ ହୋଇଥିଲେ । ତେଣୁ ତାଙ୍କ ଠାରୁ ଆର୍ଶୀବାଦ ନେଇଥିଲେ । ବିଜେପି ଓ ତାଙ୍କ ବାପାଙ୍କ ନାଁରେ ଜୟ ଜିତିନାହାନ୍ତି। ହଠାତ୍ ସେହି ପୋଲିସ ଅଧିକାରୀଙ୍କୁ କାହିଁକି ନିର୍ବାଚନ ଦାୟିତ୍ୱ ଦିଆଗଲା। ଅସାଧୁ ନିର୍ବାଚନ ପ୍ରକ୍ରିୟା ବିରୋଧରେ କଂଗ୍ରେସ ଆଗାମୀ ଦିନରେ ସ୍ୱର ଉଠାଇବ । ଗଣତନ୍ତ୍ରକୁ ହତ୍ୟା କରୁଛି ବିଜେପି ।