୩ ବର୍ଷର କ୍ୟାରିୟର, ରାଜାଙ୍କ ପରି ଜୀବନ ବିତାନ୍ତି ଟିମ୍ ଇଣ୍ଡିଆର ଏହି ଷ୍ଟାର ପ୍ଲେୟର ! ଦେଖନ୍ତୁ କିଛି ଚିତ୍ର...

Published By : Prameya-News7 Bureau | September 15, 2024 IST

ନୂଆଦିଲ୍ଲୀ ୧୫।୦୯: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ୩୪ ବର୍ଷରେ ପାଦ ଦେଇଛନ୍ତି ।  ୨୦୨୧ରେ ଆରମଭ ହୋଇଥିଲା ମିଷ୍ଟର ୩୬୦ଙ୍କ  ଆନ୍ତର୍ଜାତୀୟ କ୍ୟାରିଅର୍ । ନିଜର କ୍ଷୁଦ୍ର ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟା ଅଙ୍କର ରୋଜଗାର କରିଛନ୍ତି ସୂର୍ଯ୍ୟା । ଆଇପିଏଲ୍‌ରେ ୧୦ ଲକ୍ଷରୁ ନିଲାମୀ ଆରମ୍ଭ ହୋଇଥିବା ସୂର୍ଯ୍ୟ ବର୍ତ୍ତମାନ କୋଟି କୋଟି ମୂଲ୍ୟର ଖେଳାଳି । 

ଗତବର୍ଷ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବା ପାଇଁ ସେ  ୮ କୋଟିରେ ହୋଇଥିଲେ ନିଲାମ । ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ବିସିସିଆଇର ଗ୍ରେଡ୍ ବି ପ୍ଲେୟର । ସେ ବିସିସିଆଇରୁ ବାର୍ଷିକ ୩ କୋଟି ଟଙ୍କା ପାଇଥାନ୍ତି । ଏହାବ୍ୟତୀତ ତାଙ୍କୁ ପ୍ରତି ମ୍ୟାଚ୍ ପାଇଁ ମ୍ୟାଚ୍ ଫି ମିଳିଥାଏ । 

ସୂର୍ଯ୍ୟକୁମାର ଯାଦବଙ୍କ ମୋଟ ସମ୍ପତ୍ତି ବିଷୟରେ କହିବାକୁ ଗଲେ ସେ ବର୍ତ୍ତମାନ ୫୫କୋଟିର ମାଲିକ ଅଟନ୍ତି । କ୍ରିକେଟ ବ୍ୟତୀତ ସୂର୍ଯ୍ୟ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ   କରିଥାନ୍ତି ମୋଟା ଅଙ୍କର ରୋଜଗାର । ସେ ଅନେକ ବଡ ବ୍ରାଣ୍ଡସ ସହ ଯୋଡି ହୋଇଛନ୍ତି । ମିଷ୍ଟର ୩୬୦ଙ୍କର ମୁମ୍ବାଇ ଅନୁଶକ୍ତି ନଗର ଚେମ୍ବୁରର ଏକ ଆଲିଶାନ ଫ୍ଲାଟ୍ର ମାଲିକ ଅଟନ୍ତି । 

ଏହାବ୍ୟତୀତ ତାଙ୍କ ପାଖରେ ଅନେକ ରିଅଲିଷ୍ଟେଟ୍ ପ୍ରପର୍ଟି ରହିଛି । ସୂର୍ଯ୍ କୁମାର ଯାଦବ ଟିମ୍ ଇଣ୍ଡିଆ ପାଇଁ ଗୋଟିଏ ଟେଷ୍ଟ, ୩୭ଟି ଓ୍ବାନଡେ ଏବଂ ୭୧ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ସେ ବର୍ତ୍ତମାନ ସମୟକେ ଟି-୨୦ରେ ଟିମ୍ ଇଣ୍ଡିଆ ପାଇଁ ଜଣେ ଗୁରୁତ୍ବପୂର୍ଣ୍ଣ ପ୍ଲେୟର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.