ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା ନଦୀ, ଭୋଗରାଇରେ ବନ୍ୟା ଘେରରେ ଅନେକ ଗାଁ

Published By : Prameya-News7 Bureau | September 17, 2024 IST

ଭୋଗରାଇ: ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା ନଦୀ।  ବିପଦ ସଂକେତ ୧୦.୩୬ ଟପି ବର୍ତ୍ତମାନ ୧୧.୧୬ରେ ବହୁଛି ପାଣିସୁବର୍ଣ୍ଣରେଖା ରେ ବନ୍ୟା ଜଳ ପ୍ରବାହିତ ପରେ ଭୋଗରାଇର ଗୋଟିଏ ପରେ ଗୋଟିଏ ଗାଁକୁ ନିଜ ଆୟତ୍ତକୁ ନେଉଛି ବନ୍ୟା ପାଣି । ଏହା ପ୍ରଭାବରେ ଭୋଗରାଇ ବ୍ଲକ ରସଲପୁର ପଞ୍ଚାୟତର ରସଲପୁର ଗାଁରେ ଥିବା ସ୍କୁଲ ଭିତରେ ପସିଛି ବନ୍ୟା ପାଣି । ସେପଟେ ଯେତିକି ଯେତିକି ସମୟ ବଡୁଛି ସେତିକି ସେତିକି ଜଳସ୍ଥର ମଧ୍ୟ ବଢୁଛି । ଯାହାକୁ ନେଇ ଲୋକେ ଭୟ ଏବଂ ଆତଙ୍କିତ ଅବସ୍ଥାରେ ଅଛନ୍ତ।

ଚଳିତ ବର୍ଷ ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟା ଜଳ ପ୍ରବାହିତ ପରେ ଭୋଗରାଇର ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆରମ୍ଭ ହେଲାଣି। ଗତକାଲି ରାତିରୁ ଗାଁ ରେ ବନ୍ୟା ପାଇଁ ପ୍ରବେଶ ପରେ ଏବେ ଗାଁ ରେ ଥିବା ଉଚ୍ଚ ସ୍ଥାନ ସ୍କୁଲ ଏବଂ ବିଭିନ୍ନ ରାସ୍ତା ଉପରେ ଜଳ ପ୍ରବାହିତ ହଉଛି । ତେବେ ବର୍ତ୍ତମାନ ସମୟରେ ସତର୍କ ସୂଚନା ପାର ହୋଇ ବିପଦ ସଙ୍କେତ ଟପିଛି ବନ୍ୟାଜଳ। ଏବେ ଭୋଗରାଇର ୧୦ ପଞ୍ଚାୟତର ପ୍ରାୟ ୨୫ ଗାଁ ଜଳବନ୍ଦୀ ହେବାକୁ ଯାଉଛନ୍ତି। ତେବେ ତଳିଆ ଅଞ୍ଚଳ ଲୋକ ନିଜର ସୁରକ୍ଷା ପାଇଁ ଗୃହ ପାଳିତ ପଶୁ ଗୋରୁ ଛେଳିଙ୍କୁ ଧରି ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ ହେଉଛନ୍ତି । ଏହା ସହିତ ଭୋଗରାଇ ଅଞ୍ଚଳରେ ୫୦୦ ହେକ୍ଟରରୁ ଉର୍ଦ୍ଧ ଚାଷ ଜମି ଜଳ ମଗ୍ନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.