ନୂଆଦିଲ୍ଲୀ: ୱାର୍ଲଡ ଚେସ୍ ଚାମ୍ପିଅନଶିପର ସର୍ବକନିଷ୍ଠ ବିଜେତା ହେବା ପରେ ଡି ଗୁକେଶଙ୍କୁ ନେଇ ସାରା ଦେଶ ଗର୍ବିତ । ସୋସିଆଲ୍ ମିଡିଆରେ ସେୟାର ହେଉଛି ସେ କହିଥିବା ପୁରୁଣା କଥା । ଦେଶର ସର୍ବକନଷ୍ଠ ଗ୍ରାଣ୍ଡମାଷ୍ଟର ହେବା ପରେ ସର୍ବକନିଷ୍ଠ ୱାର୍ଲଡ ଚେସ୍ ଚାମ୍ପିଅନ ହେବା ନେଇ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ସେ ପୂରଣ କରିଛନ୍ତି । କିନ୍ତୁ ଏସବୁ ଭିତରେ ଦୁଇ ମୁଖ୍ୟମନ୍ତ୍ରୀ ଏକ୍ସ ପୋଷ୍ଟ ଗୁକେଶଙ୍କୁ ନେଇ ଚର୍ଚ୍ଚାକୁ ଅଧିକ ବଢାଇଛି । ଗୁକେଶ ତେଲୁଗୁ ନା ତାମିଲ ? ଶ୍ରେୟ ନେବା ପାଇଁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ।
ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଗୁକେଶଙ୍କ ସଫଳତାର ଶ୍ରେୟ ନେବାକୁ ଚାହୁଁଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗୁକେଶଙ୍କୁ ତେଲୁଗୁ ପୁଅ କହି ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଚେନ୍ନାଇରେ ଜନ୍ମିତ ଗୁକେଶ ପାଇଁ ତାମିଲନାଡ଼ୁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏକ୍ସରେ ପୋଷ୍ଟରେ ଲେଖିଛନ୍ତି ।
ଗୁକେଶଙ୍କ ବିଜୟ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଲେଖଥିଲେ, 'ସର୍ବକନିଷ୍ଠ ୱାର୍ଲଡ ଚେସ୍ ଚାମ୍ପିଅନ ହୋଇଥିବାରୁ ଡ ଗୁକେଶଙ୍କୁ ଶୁଭେଚ୍ଛା । ଆପଣଙ୍କ ଉଲ୍ଲେଖନୀୟ ସଫଳତା ଭାରତର ସମୃଦ୍ଧ ଚେସ୍ ଇତିହାସକୁ ଅଧିକ ବଢାଇଛି ଏବଂ ଚେନ୍ନାଇକୁ ପୁଣି ଥରେ ବିଶ୍ୱ ଚେସ୍ ରାଜଧାନୀ ଭାବରେ ସ୍ଥାନ ଦେବାରେ ସାହାଯ୍ୟ କରଛି । ତୁମ ପାଇଁ ତାମିଲନାଡୁ ଗର୍ବିତ ।'
Congratulations to @DGukesh on becoming the youngest-ever World Chess Champion at 18!
— M.K.Stalin (@mkstalin) December 12, 2024
Your remarkable achievement continues India's rich chess legacy and helps Chennai reaffirm its place as the global Chess Capital by producing yet another world-class champion.
Tamil Nadu is… pic.twitter.com/pQvyyRcmA1
ଏହାପରେ ଶୁକ୍ରବାର ଅପରାହ୍ଣରେ ଏକ୍ସରେ ଆଉ ଏକ ପୋଷ୍ଟ କରି ଗୁକେଶଙ୍କ ପାଇଁ ୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ।
To honour the monumental achievement of @DGukesh, the youngest-ever World Chess Champion, I am delighted to announce a cash prize of ₹5 crore!
— M.K.Stalin (@mkstalin) December 13, 2024
His historic victory has brought immense pride and joy to the nation. May he continue to shine and achieve greater heights in the… pic.twitter.com/3h5jzFr8gD
ଅନ୍ୟପଟେ ଗୁରୁବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର କିଛି ମିନିଟ୍ ପରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ ଏକ୍ସ ପୋଷ୍ଟ କରିଥିଲେ । ସେ ଲେଖିଥିଲେ 'ଆମ ଅତି ନିଜର ତେଲୁଗୁ ପୁଅକୁ ହାର୍ଦ୍ଦିକ ଅଭିନନ୍ଦନ । ସମଗ୍ର ଦେଶ ତୁମର ଅବିଶ୍ୱସନୀୟ ସଫଳତାକୁ ପାଳନ କରୁଛି । ଆଗାମୀ ଦଶନ୍ଧିରେ ତୁମକୁ ଆହୁରି ଅଧିକ ବିଜୟ ଏବଂ ପ୍ରଶଂସା ମିଳୁ । ଏଥିପାଇଁ ଶୁଭେଚ୍ଛା। '
Hearty congratulations to our very own Telugu boy, Indian Grandmaster @DGukesh, on scripting history in Singapore by becoming the world's youngest chess champion at just 18! The entire nation celebrates your incredible achievement. Wishing you many more triumphs and accolades in… pic.twitter.com/TTAzV9CRbX
— N Chandrababu Naidu (@ncbn) December 12, 2024
ଡି ଗୁକେଶଙ୍କ ପୂରା ନାଁ ଡୋମାରାଜୁ ଗୁକେଶ । ଗୁକେଶଙ୍କ ଜନ୍ମ ଚେନ୍ନାଇରେ ୨୦୦୬ ମେ ୭ରେ ହୋଇଥିଲା । ଗୁକେଶଙ୍କ ବାପା ଜଣେ ଡାକ୍ତର ଏବଂ ମାଆ ମାଇକ୍ରୋବାୟଲୋଜିଷ୍ଟ । ଗୁକେଶଙ୍କ ବାପା-ମାଆ ଆନ୍ଧ୍ର ମୂଳବାସିନ୍ଦା । ଗୁକେଶ ସାତ ବର୍ଷ ବୟସରେ ଚେସ୍ ଖେଳିବା ଆରମ୍ଭ କରିଥିଲେ । ଭାସ୍କରଙ୍କଠାରୁ ପ୍ରଥମେ କୋଚିଂ ନେବା ବିଶ୍ୱନାଥନ ଆନନ୍ଦ ତାଙ୍କୁ ଚେସର ଅଧିକ ଟ୍ରେନିଂ ଦେଇଥିଲେ ।