ସୁନା ତସ୍କରୀ ମାମଲା; ରାନ୍ୟା ରାଓ ଥିଲେ ମୋହରା, ଅସଲ ଷଡଯନ୍ତ୍ରକାରୀ ଆଉ କିଏ...

Published By : Prameya-News7 Bureau | March 21, 2025 IST

ମୁମ୍ଵାଇ ୨୧।୦୩; କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ତସ୍କରୀ ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ବର୍ତ୍ତମାନ ସୁନା ଚୋରା କାରବାରର କାହାଣୀରେ ନୂଆ ଟ୍ଵିଷ୍ଟ ଆସିଛି। ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (ଡିଆରଆଇ) ପ୍ରକାଶ କରିଛି ଯେ ,ଏହି ସୁନା ଖେଳ ପଛରେ ରାନ୍ୟା ଏକା ନୁହଁନ୍ତି, ବରଂ ତରୁଣ କୋଣ୍ଡୁରୁ ରାଜୁ ମଧ୍ୟ ସାମିଲ ଥିଲେ। DRI କହିଛି ଯେ ଅଭିନେତ୍ରୀ ରାନ୍ୟା କେବଳ ମୋହରା ଥିଲେ, ବରଂ ପୁରା ଖେଳ ଖେଳିଥିଲେ ତରୁଣ।

ରିପୋର୍ଟ ଅନୁଯାୟୀ, ତରୁଣଙ୍କର ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ମଧ୍ୟ କନେକସନ୍‌ ଅଛି । ସେ ଥରେ ତେଲୁଗୁ ଚଳଚ୍ଚିତ୍ରରେ କାମ କରିଥିଲେ। ତରୁଣ ଆମେରିକାର ନାଗରିକ। ବୁଧବାର ଦିନ ତାଙ୍କ ଜାମିନ ଆବେଦନକୁ ବିରୋଧ କରୁଥିବା ଏକ ସ୍ୱତନ୍ତ୍ର କୋର୍ଟରେ ଡିଆରଆଇ ଯୁକ୍ତି ବାଢିଛନ୍ତି। କୁହାଯାଇଛି ଯେ ତରୁଣ ତାଙ୍କ ଆମେରିକୀୟ ପାସପୋର୍ଟକୁ “ଅପବ୍ୟବହାର” କରିଛନ୍ତି । ସୁନା ଚୋରା ଚାଲାଣ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ “ଇଣ୍ଟରନ୍ୟାସନାଲ ଲିଙ୍କ” ଭାବରେ କାର୍ଯ୍ୟ କରିଛନ୍ତି। ସ୍ୱତନ୍ତ୍ର ଅର୍ଥନୈତିକ ଅପରାଧ ଅଦାଲତର ବିଚାରପତି ଗୁରୁବାର ଜାମିନ ନାମଞ୍ଜୁର ହେବାର କାରଣ ଦର୍ଶାଇ ଏକ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ରାନ୍ୟା ସୁନା ଚୋରା କାରବାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ। ଏବେ DRI ତରୁଣଙ୍କ ବିଷୟରେ ବଡ ଖୁଲାସା କରିଛି । ମାର୍ଚ୍ଚ ୩ରେ ଅଭିଯୁକ୍ତ ତରୁଣ ହାଇଦ୍ରାବାଦରୁ ଦୁବାଇ ଯାଇଥିଲେ ବୋଲି କୋର୍ଟ କହିଛନ୍ତି। ଦୁବାଇ ଯିବାର ତରୁଣଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା କି ରାନ୍ୟାଙ୍କୁ ସୁନା ଦେବା ପରେ ସେ ସେହି ଦିନ ହାଇଦ୍ରାବାଦ ଫେରି ଆସିଥିଲେ।

ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି

ଅଭିଯୁକ୍ତ ତରୁଣଙ୍କ ବୟସ ୩୬ ବର୍ଷ । ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁନା ତସ୍କରୀ ଅଭିଯୋଗ ହେବାର ୬ଦିନ ପରେ ତରୁଣଙ୍କୁ ମାର୍ଚ୍ଚ ୯ ରେ ଗିରଫ କରାଯାଇଥିଲା। ସୂଚନା ଅନୁଯାୟୀ ତରୁଣ ଜଣେ ଫ୍ଲପ ତେଲୁଗୁ ଅଭିନେତା ବୋଲି ଡିଆରଆଇ ଦାବି କରିଛନ୍ତି।  କୋର୍ଟ କହିଛନ୍ତି ତରୁଣ ଅଭିଯୁକ୍ତ ରାନ୍ୟାଙ୍କୁ ଉସ୍‌କାଇବା ସହ ସାହାଯ୍ୟ କରିଥିଲେ। ଏହି ଆଧାରରେ କୋର୍ଟ ତରୁଣଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.