ଭଦ୍ରକ ୧୧।୭: ଗଛରେ ଝୁଲୁଛି ଶିକ୍ଷକଙ୍କ ମୃତଦେହ । ହତ୍ୟା ସନ୍ଦେହ କଲେ ପରିବାର ଲୋକ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦହିପୁରୁ ପଞ୍ଚାୟତ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦହିପୁରୁ ପଞ୍ଚାୟତ ଦେଇ ଯାଇଥିବା ୫ ନମ୍ବର କେନାଲ ନିକଟରେ ଏକ ନିମ୍ବ ଗଛରେ ଝୁଲୁଛି ମୃତଦେହ । ମୃତକଙ୍କ ଘର ନାରାୟଣପୁରରେ ହୋଇଥିବା ବେଳେ ସେ ଜଣେ ସରକାରୀ ଶିକ୍ଷକ । ତାଙ୍କ ନାମ ସୁରେନ୍ଦ୍ର ପଣ୍ଡା ବୋଲି ସୂଚନା ମିଳିଛି । ଶିକ୍ଷକଙ୍କର କେମିତି ମୃତ୍ୟୁ ହେଲା ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ସୁରେନ୍ଦ୍ରଙ୍କ ମୃତଦେହ ଝୁଲୁଥିବା ସ୍ଥଳରୁ ୫୦୦ ମିଟର ଦୂରରେ ତାଙ୍କ ବାଇକ୍ ଓ ଛିରା ସାର୍ଟ ପଡ଼ିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ସୁରେନ୍ଦ୍ରଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଧାମନଗର ପୋଲିସ ଖବର ପାଇ ନିଜ ଆଡୁ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳକୁ ଅନୁସନ୍ଧାନ ଟିମ୍ ଅନୁଧ୍ୟାନ ପାଇଁ ଡକାଇଥିବା ସୂଚନା ମିଳିଛି ।
You Can Read: