ଗ୍ୟାସ୍‌ ସିଲିଣ୍ଡରରୁ ଲାଗିଲା ନିଆଁ : ଶିକ୍ଷୟିତ୍ରୀଙ୍କ ମୃତ୍ୟୁ, ସରପଞ୍ଚ ସ୍ବାମୀ ଗୁରୁତର

Published By : Prameya-News7 Bureau | January 03, 2025 IST

ବୌଦ୍ଧ ୩।୧: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବାଣୀଭୂଷଣପୁର ଗ୍ରାମରେ ଗ୍ୟାସ୍‌ ସିଲିଣ୍ଡରରୁ ଲାଗିଲା ନିଆଁ । ସରପଞ୍ଚଙ୍କ ପତ୍ନୀ ତଥା ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସରପଞ୍ଚ ଗୁରୁତର ହୋଇଛନ୍ତି । ମୃତକ ବାଣୀଭୂଷଣପୁର ଗ୍ରାମର ବିଷ୍ଣୁପ୍ରିୟା ମେହେର । ଗୁରୁତର ବାଣୀଭୂଷଣପୁର ସରପଞ୍ଚ ଶ୍ରିବନ୍ତ ମେହେର । ସରପଞ୍ଚଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର । 

ସୂଚନାଯୋଗ୍ୟ ଯେ, ବୌଦ୍ଧ ବାଣୀଭୁଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେରଙ୍କ ଘରେ ତାଙ୍କ ସ୍ତ୍ରୀ ରୋଷେଇ କରୁଥିବା ସମୟରେ କୌଣସି କାରଣରୁ ରୋଷେଇ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଶ୍ରୀବନ୍ତଙ୍କ ପତ୍ନୀ ବିଷ୍ଣୁପ୍ରିୟାଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ପତ୍ନୀଙ୍କୁ ନିଆଁ ଦାଉରୁ ଉଦ୍ଧାର କରୁଥିବା ବେଳେ ସ୍ବାମୀ ମଧ୍ୟ ପୋଡି ଯାଇଥିଲେ l ଉଭୟଙ୍କୁ ପ୍ରଥମେ ପୁରୁଣା କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ବିଷ୍ଣୁପ୍ରିୟାଙ୍କ ମୃତ୍ୟୁ ହୋଇଯାଇଛି । 

ସେପଟେ ଶ୍ରୀବନ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । 

ସେପଟେ ପୁରୁଣା କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ହିଁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।

You Can Read:

ଦରଦାମ୍ ବୃଦ୍ଧିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେଡ଼ି, ଆସନ୍ତା ୬ରେ ଲୋୟର ପିଏମ୍‌ଜିରେ ଗର୍ଜିବ ଦଳ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.