ଭୁବନେଶ୍ବର ୧୫।୯: ଗତ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ୱକପର ୧୦ଟି ମୂଲ୍ୟବାନ ୱିକେଟ୍ ଅକ୍ତିଆର କରି ଭାରତର ବିଶ୍ୱକପ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ପିନର କୁଲଦୀପ ଯାଦବ "ନେହା ଏଣ୍ଟରପ୍ରାଇଜର୍ସ " ଦ୍ବାରା ପ୍ରସ୍ତୁତ ଲୋକପ୍ରିୟ ଉତ୍ପାଦ ଏଭରଗ୍ରୀନ ଚା’ର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ ହୋଇଛନ୍ତି । ସଂପ୍ରତି କୁଲଦୀପ ଯାଦବଙ୍କୁ ନେଇ ଏଭରଗ୍ରୀନ ଚା’ର ଏକ ଟିଭି କମର୍ସିଆଲର ସୁଟିଂ ହୋଇଅଛି ଏହା ଖୁବ୍ଶୀଘ୍ର ଆଞ୍ଚଳିକ ଏବଂ ଜାତୀୟ ଟେଲିଭିଜନ ଚାନେଲରେ ପ୍ରସାରିତ ହେବ । ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭରଗ୍ରୀନ ଚା’ର ପରିଚାଳନା ନିର୍ଦ୍ଦେଶକ ସାଜନ ଅଗ୍ରୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଭାରତୀୟ ଜାତୀୟ କ୍ରିକେଟ ଟିମ୍ର ପ୍ରମୁଖ ସ୍ପିନର କୁଲଦୀପ ଯାଦବ ଆମର ବ୍ରାଣ୍ଡ ଆମ୍ବାସଡର ହୋଇଥିବାରୁ ଏଭରଗ୍ରୀନ ଚା’ ଅତ୍ୟନ୍ତ ଆନନ୍ଦିତ । ପୂର୍ବରୁ ବଲିଉଡ ସୁପରଷ୍ଟାର ଅନୀଲ କପୁର, ପ୍ରସିଦ୍ଧ ହକି ଖେଳାଳି ଓ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କି, ସୁପ୍ରସିଦ୍ଧ ଧାବିକା ଦୂତୀ ଚାନ୍ଦ ଏବଂ ଓଲିଉଡ଼ ସୁପରଷ୍ଟାର ସବ୍ୟସାଚୀ ଓ ଅର୍ପିତାକୁ ବ୍ରାଣ୍ଡ ଆମ୍ବାସଡର ଭାବେ ନେଇଅଛୁ । ଏବେ କୁଲଦୀପଙ୍କ ଯୋଗଦାନ ଦ୍ବାରା ବ୍ରାଣ୍ଡ ଉପରେ ଗ୍ରାହକ ମାନଙ୍କର ଆସ୍ଥା ଓ ବିଶ୍ବାସ ଅଧିକ ଉଚ୍ଚ ସ୍ତରରେ ପହଞ୍ଚିବ । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଧ୍ଯ ନିର୍ଦ୍ଦେଶକ ପ୍ରବୀଣ ଅଗ୍ରୱାଲ ଏବଂ ପୱନ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଷ୍ଟାର ସ୍ପିନର କୁଲଦୀପ ଯାଦବ କହିଥିଲେ ଯେ, ଏଭରଗ୍ରୀନ ଚା’ ସହ ଯୋଡି ହୋଇ ମୁଁ ଅତି ମାତ୍ରାରେ ଆନନ୍ଦିତ ଯେଉଁ ବ୍ରାଣ୍ଡ ଅନେକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି, ଏଭରଗ୍ରୀନ ଚା’ କେବଳ ଅନ୍ୟ ଗୋଟି ଚା’ ବ୍ରାଣ୍ଡ ନୁହେଁ ବରଂ ଏହା ଲୋକମାନଙ୍କ ମନରେ ଏକ ଭାବ ପ୍ରବଣତା ଭରା ଯୋଗସୂତ୍ର ସ୍ଥାପନ କରିଛି । ଯେଉଁମାନେ ପିଢ଼ି ପିଢ଼ି ଧରି ଏହାର ସ୍ବାଦ ଓ ମହକକୁ ଭରପୁର ଉପଭୋଗ କରି ଯାଇଛନ୍ତି, ଏହି ବ୍ରାଣ୍ଡ ଯେଉଁ ପରମ୍ପରା ଉଷ୍ଣତା ଏବଂ ସଂସ୍କୃତିର ପ୍ରତିନିଧିତ୍ବ କରୁଛି ତାହା ମୋ ଭିତରେ ଗଭୀର ରେଖାପାତ କରିଛି । ଜଣେ କ୍ରିକେଟର ଭାବରେ ଏକ ସୁସ୍ଥ ଜୀବନ ଶୈଳୀ ବଜାୟ ରଖିବା ଅତ୍ୟନ୍ତ ଜରୁରୀ ଏବଂ ଉପଯୁକ୍ତ ଉତ୍ପାଦ ବାଛିବା ତାର ଏକ ଅଂଶ ଅଟେ ଯେତେବେଳେ ଏଭରଗ୍ରୀନ ଚା’ ମୋତେ ଏହି ବିଷୟରେ ଜଣାଇଥିଲେ ମୁଁ ପ୍ରଥମେ ଏହି ଉତ୍ପାଦ ବିଷୟରେ ଅନୁଭୂତି ହାସଲ କରିବା ପାଇଁ ଚାହିଁଥିଲି । ପିଇବା ମାତ୍ରେ ଏହାର ମୌଳିକ ଗୁଣବତା ଏବଂ ସୁଗନ୍ଧ ଦ୍ବାରା ମୁଁ ତୁରନ୍ତ ଆକର୍ଷିତ ହୋଇ ଯାଇଥିଲି, ଯାହା ବାସ୍ତବରେ ଏହି ଉତ୍ପାଦନ ଅନ୍ୟ ମାନଙ୍କ ଠାରୁ ନିଆରା କରିଛି । ଏହା କେବଳ ଗୋଟିଏ କପ ଚା’ ନୁହେଁ ବରଂ ଏହା ନିଜର ଅନୁଗତ ଗ୍ରାହକମାଙ୍କର ଭାବ ପ୍ରବଣତା ଓ ଐତିହାର ପ୍ରତିଫଳନ ଅଟେ ମୁଁ ଏହି ଅଭିଯାନର ଏକ ଅଂଶ ହୋଇଥିବାରୁ ମୁଁ ଗୌରବାନ୍ବିତ ମନେ କରୁଛି । ମୁଁ ଆପଣ ସମସ୍ତଙ୍କୁ ଆମନ୍ତ୍ରଣ କରୁଅଛି ଆସନ୍ତୁ ମୋ ସହ ସାମିଲ ହୋଇ ଏଭରଗ୍ରୀନ ଚା’ର ସତେଜ ସ୍ଵାଦକୁ ନିଜେ ଉପଭୋଗ କରନ୍ତୁ ଏବଂ ଆସନ୍ତୁ କହିବା “ପିଓ ଏଭରଗ୍ରୀନ୍ ରୁହ ଏଭରଗ୍ରୀନ୍"
You Can Read: