ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ : ଯୋଗାଯୋଗ ବିଚ୍ଛିନ୍ନ, ଯାତାୟାତ ଠପ୍

Published By : Prameya-News7 Bureau | July 25, 2024 IST

ବୌଦ୍ଧ ୨୫।୭ବୌଦ୍ଧ ଜିଲ୍ଲା ଧଳପୁର-ହରଭଙ୍ଗା ଜଗନ୍ନାଥ ସଡ଼କରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି l ଲଗାଣ ବର୍ଷାରେ ପୋଲକୁ ସଂଯୋଗ କରୁଥିବା ଅପ୍ରୋଚ ରାସ୍ତା ଓ ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି । ଯାହା ଫଳରେ ଧଳପୁର ଆଠମଲ୍ଲିକ ସେତୁକୁ ଯାତାୟାତ ଠପ୍ ହୋଇଯାଇଛି । ଧଳପୁର ସେତୁ ଦେଇ ଆଠମଲ୍ଲିକ, ଅନୁଗୋଳ ଜିଲ୍ଲାକୁ ଯାତାୟାତ କରୁଥିବା ଯାତ୍ରୀଙ୍କ ସମସ୍ୟା ବଢ଼ିଯାଇଛି । ଧଳପୁର ସେତୁ ଦେଇ ଅନୁଗୋଳକୁ ମାତ୍ର ୯୦କି.ମି. ରାସ୍ତା ଦେଇ ଯିବାକୁ ଥିବାବେଳେ ଅସ୍ଥାୟୀ ପୋଲ ଭୁଶୁଡି ଯିବା ଫଳରେ ଏବେ ଲୋକେ ୧୭୦ କି.ମି. ଅତିକ୍ରମ କରି ଅନୁଗୋଳ ଜିଲ୍ଲାକୁ ଯିବାକୁ ପଡୁଛି । ଧଳପୁର ସେତୁକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ପାଇଁ ନାଳ ଉପରେ ନୂତନ ସେତୁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି l କିନ୍ତୁ ଲୋକଙ୍କ ଯାତାୟାତ ପାଇଁ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ହୋମ୍‌ ପାଇପ୍ ପକାଇ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା l କିନ୍ତୁ ଠିକାଦାରଙ୍କ ମନମୁଖୀ ଓ ନିମ୍ନମାନର କାମ ଯୋଗୁଁ ଅସ୍ଥାୟୀ ରାସ୍ତା ଶୋଚନୀୟ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ନିମ୍ନମାନର ନିର୍ମାଣ କାର୍ଯ୍ୟ କରାଯାଇଥିବା ଯୋଗୁଁ ଲଗାଣ ବର୍ଷା ଏହି ପୋଲ ଏବଂ ରାସ୍ତା ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି । ଆଗକୁ ଅଧିକ ବର୍ଷା ଥିବାରୁ ତୁରନ୍ତ ଏହି ସମସ୍ୟାର ସମାଧାନ କରାଯାଇ ନୂତନ ପୋଲ ନିର୍ମାଣ କଲେ ଲୋକେ ଯାତାୟାତର ସୁବିଧା ପାଇ ପାରିବେ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।

You Can Read:

ଆସନ୍ତା ୨୮ରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ଜଳସ୍ତର ବଢିବାରୁ ନିଷ୍ପତ୍ତି

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.