ଇରାନରେ ମୃତ୍ୟୁରେ ବିଭୀଷିକା, ଯୁଦ୍ଧରେ ଗଲାଣି ୧୨୦୦ ଜୀବନ

NEWS7
temprature-hike-on-morning-all-over-odisha

ନୂଆଦିଲ୍ଲୀ, ୦୬ /୦୩: ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଇରାନରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଗୁରୁବାରକୁ ମିଶାଇ ୬ ଦିନର ଏହି ଯୁଦ୍ଧରେ ୧,୨୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ଏକ ବାଳିକା ସ୍କୁଲ ଉପରେ ମିସାଇଲ ପଡିବାରୁ ୧୮୦ରୁ ଅଧିକ ଛାତ୍ରୀଙ୍କ ମୃତ୍ୟୁ ଘଟିଛି ।

ଏହି ଖବରଟି ପଢନ୍ତୁ... ମୁମ୍ବାଇରେ ଭାଙ୍ଗିଲା ରେକର୍ଡ, ପ୍ରତିଷ୍ଠା ହେଲା ନୂଆ ମାଇଲଷ୍ଟୋନ୍ : ଭାରତ-ଇଂଲଣ୍ଡ ମୁକାବିଲା ରଚିଲା ଇତିହାସ

ଗତ ଶନିବାର ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିଲେ । ସେବେଠାରୁ ଆକ୍ରମଣ ଜାରି ରହିଛି । ଇରାନ ମଧ୍ୟ ପାଲଟା ଆକ୍ରମଣ କରିବା ସହ ପଡୋଶୀ ଉପସାଗରୀୟ ଦେଶରେ ଥିବା ଆମେରିକାର ସାମରିକ ଘାଟିକୁ ଟାର୍ଗେଟ କରୁଛି । ସେହିଭଳି ଇରାନର ଆକ୍ରମଣ ଯୋଗୁ ଇସ୍ରାଏଲରେ ୧୦ ଜଣ ପ୍ରାଣ ହରାଇଛନ୍ତି ।

ଇସ୍ରାଏଲ ଆକ୍ରମଣ ଯୋଗୁ ଲେବାନନରେ ୭୭ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ବାହାରିନରେ ଜଣଙ୍କର ମୃତ୍ୟୁ ଘଟିଛି । ଇରାନ ଆକ୍ରମଣରେ କୁଏତରେ ୩ ଜଣ, ୟୁଏଇରେ ୩ ଜଣ, ଓମାନରେ ଜଣେ, ସିରିୟାରେ ୪ ଓ ଇରାକରେ ୧୩ ଜଣ ପ୍ରାଣ ହରାଇଛନ୍ତି । କୁଏତରେ ଥିବା ଆମେରିକାର ଏକ ସାମରିକ ଘାଟି ଉପରେ ଇରାନ ମିସାଇଲ ମାଡ଼ କରିବାରୁ ୬ ଜଣ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଛି ।