LIVE TV

ସମିତି ସଭ୍ୟଙ୍କୁ ଆକ୍ରମଣ ଘଟଣାରେ ଆଦିବାସୀଙ୍କ ଆନ୍ଦୋଳନ, ପରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ବିକ୍ଷୋଭ

NEWS7
tension-in-kali-puja-bhasani-at-cuttack

ବଲାଙ୍ଗୀର ୦୧/୧୧: ବାରମ୍ୱାର ଦାବି । ତଥାପି ଶୁଣିଲାନି ପୋଲିସ । ଶେଷରେ ତାତିଲେ ଆଦିବାସୀ । ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି କଲେ ସଇଁନ୍ତଳା ଥାନା ଘେରାଉ କଳା ଆଦିବାସୀ ସଂଘ । ବୁଢ଼ାବାହାଲ ସମିତି ସଭ୍ୟଙ୍କୁ ଆକ୍ରମଣ ଘଟଣା ଆଦିବାସୀଙ୍କ ଆକ୍ରୋଶ । ସଇନ୍ତଳା ବ୍ଳକ ଆଦିବାସୀ ସଂଘ ଓ ମାନବଧିକାର ସୁରକ୍ଷା ଅଭିଯାନର ମିଳିତରେ ଶତାଧିକ ଆଦିବାସୀ ସ୍ଥାନୀୟ ଡାକବଙ୍ଗଳା ପଡିଆରେ ଏକତ୍ରିତ ହୋଇଥିଲେ । ଏହାସହ ପାରମ୍ପରିକ ବାଜା, ଅସ୍ତ୍ର ଶସ୍ତ୍ର ଧରି ବିରାଟ ଶୋଭାଯାତ୍ରାରେ ବାହାରି ସହର ପରୀକ୍ରମା ପରେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସୂଚନା ଥାଉକି, ଗତ ୬ ତାରିଖ ସୋମବାର ସନ୍ଧ୍ୟାରେ ଆମ୍ବପାଲିଠାରୁ ନିଜଘର ବାବୁକେଲ ଗାଁକୁ ବାଇକ ଯୋଗେ ଫେରୁଥିଲେ ବୁଢ଼ାବାହାଲ ପଞ୍ଚାୟତ ସମିତିସଭ୍ୟ ମଦନ ନାଗ । ଆମ୍ବପାଲି ଲାନୁନଦୀ ବ୍ରିଜ ନିକଟରେ ତାଙ୍କୁ ଅଭିଯୁକ୍ତ ବିନେଶ ଗହୀର ଓ ତାଙ୍କ ସ‌ହ‌ଯୋଗୀମାନେ ଅଟକାଇ ବୁଢାବାହାଲ ପଞ୍ଚାୟତ ସରପଞ୍ଚଙ୍କ ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ର କରି କଥା କଟାକଟି ହୋଇଥିଲା । ଏହାପରେ ଶ୍ରୀ ନାଗଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ସେ ସଇନ୍ତଳା ଥାନାରେ ଏତଲା ଦେଇଥିଲେ ହେଁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ ।

ଏହାର ପ୍ରତିବାଦରେ ପୂର୍ଵରୁ ପ୍ରଥମେ ସଇଁତଳା ସମିତି ସଭ୍ୟ ସଂଘ ଅଭିଯୁକ୍ତକୁ ଗିରଫ ଦାବି କରିଥିଲା । ପରେ ଆଦିବାସୀ ଓ ଦଳିତ ସଂଘ ଓ ଥାନା ଅଧିକାରୀଙ୍କୁ ଗିରଫ କରିବା ପାଇଁ ଦାବିପତ୍ର ଶହ ଅଭିଯୁକ୍ତ ଗିରଫ ନହେଲେ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦେଇଥିଲେ । ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ବୁଢ଼ାବାହାଲ ପଞ୍ଚାୟତ ସମିତି ସଭ୍ୟ ମଦନ ନାଗଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏନେଇ ଗତ ୬ ତାରିଖରେ ସମିତି ସଭ୍ୟ ମଦନ ନାଗ ସଇତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ୨୫ ଦିନ ବିତିଯାଇଥିଲେ ସୁଧା ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିପାରିନାହିଁ ।

ଆମ୍ବପାଲି ଲାନୁନଦୀ ବ୍ରିଜ ନିକଟରେ ତାଙ୍କୁ ଅଭିଯୁକ୍ତ ବିନେଶ ଗହୀର ଓ ତାଙ୍କ ସ‌ହ‌ଯୋଗୀମାନେ ଅଟକାଇ ବୁଢାବାହାଲ ପଞ୍ଚାୟତ ସରପଞ୍ଚଙ୍କ ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ର କରି କଥା କଟାକଟି ହୋଇଥିଲା । ଏହାପରେ ଶ୍ରୀ ନାଗଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ସେ ସଇନ୍ତଳା ଥାନାରେ ଏତଲା ଦେଇଥିଲେ ହେଁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ । ଏହାର ପ୍ରତିବାଦରେ ପୂର୍ଵରୁ ପ୍ରଥମେ ସଇଁତଳା ସମିତି ସଭ୍ୟ ସଂଘ ଅଭିଯୁକ୍ତକୁ ଗିରଫ ଦାବି କରିଥିଲା ପରେ ଆଦିବାସୀ ଓ ଦଳିତ ସଂଘ ଓ ଥାନା ଅଧିକାରୀଙ୍କୁ ଗିରଫ କରିବା ପାଇଁ ଦାବିପତ୍ର ଶହ ଅଭିଯୁକ୍ତ ଗିରଫ ନହେଲେ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦେଇଥିଲେ ।