ଆଲୋଚନା ବେଳେ ଖାଲି ଚିଲାଉଥିଲେ ବିସିବି ମୁଖ୍ୟ : ଆଇସିସି ଅଧିକାରୀଙ୍କ ଉପରେ ପକାଉଥିଲେ ଚାପ

NEWS7
tentulikhunti-bandh-from-8am-to-2pm

ନୂଆଦିଲ୍ଲୀ,|୧:ଆଇସିସି ଟି୨୦ ବିଶ୍ୱକପ୍ ଖେଳିବନି ବାଂଲାଦେଶ। ସୁରକ୍ଷା କରାଣ ଦର୍ଶାଇ ଭାରତ ଆସିବାକୁ ମନା କରିଛି ପଡୋଶୀ ଦେଶ। ଏଥର ଭାରତଏବଂ ଶ୍ରୀଲଙ୍କା ମିଳିତ ଭାବେ ଟି୨୦ ବିଶ୍ୱକପର ଆୟୋଜନ କରୁଛନ୍ତି। ତେଣୁ ମିଛ ବାହାନା କରି ଟୁର୍ଣ୍ଣାମେଣ୍ଟରୁ ଦୂରେଇ ଯାଇଛି ଦଳ । ଆଇପିଏଲରୁ ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯିବା ପରେ ନାଟକ କରିଥିଲା ବାଂଲାଦେଶ କ୍ରିକେଟ୍ ବୋର୍ଡ । ଆଇସିସିକୁ ବ୍ଲାକମେଲିଂ କରି ବିଫଳ ହେଲା ପରେ ଏବେ ଟୁର୍ଣ୍ଣାମେଣ୍ଟରୁ ବାହାରିଯାଇଛି ।

ତେବେ ବାଂଲା ସରକାର ତଥା ବିସିବି ଦାବି କରୁଥିଲେ ଯେ,ଭାରତ ବଦଳରେ ଶ୍ରୀଲଙ୍କାରେ ମ୍ୟାଚ୍ ଆୟୋଜନ ହେଉ । ହେଲେ ଆଇସିସି ବାଂଲାର ଅନୁରୋଧକୁ ରକ୍ଷା କରିନଥିଲା । ଏହାସହ ଓହରିବା ଘଟଣାର ପୁନର୍ବିଚାର ପାଇଁ ଅଲଟିମେଟମ୍ ଦେଇଥିଲା । ତଥାପି କିଛି ନିଷ୍ପର୍ଷ ବାହାରିନଥିଲା । ଫଳରେ ତିନି ସପ୍ତାହ ଧରି ଲାଗିରହିଥିବା ସସପେନ୍ସ ଶେଷ ହୋଇଛି । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଆଇସିସି ଅଧିକାରୀଙ୍କ ସହ ଆଲୋଚନା ବେଳେ ବାଂଲା କ୍ରିକେଟ୍ ବୋର୍ଡ ସଦସ୍ୟ କିପରି ରାଗି ଯାଉଥିଲେ ତାହା ଜଣା ପଡିଛି ।

କ୍ରିକବଜକୁ ଆଇସିସିର ସିଇଓ ସଞ୍ଜୋଗ ଗୁପ୍ତା କହିଛନ୍ତି ଯେ, ବାଂଲା କ୍ରିକେଟ୍ ବୋର୍ଡକୁ ଡେଡ୍ ଲାଇନ୍ ପ୍ରଦାନ କରାଯାଇଥିଲା । ଭିଡିଓ କନଫରେନ୍ସରେ ବିସିବି ମୁଖ୍ୟ ଅମିନୁଲ ଇସଲାମ ଖୁବ୍ ଚିଲାଇଥିଲେ । ଆଇସିସିର ପରାମର୍ଶକୁ ସେ ମାନିବେନି ବୋଲି ସଫାସଫା କହିଦେଇଥିଲେ । କଥା କଥାରେ ସେ ଚିଡି ଯାଉଥିଲେ । ଏହାସହ ପାଟି କରି ଅନାବଶ୍ୟକ ଦାବି ରଖୁଥିଲେ ।

ଟି ମ୍ୟାଚ୍ ଖେଳିଥାନ୍ତା ବାଂଲାଦେଶ

ବାଂଲାଦେଶ କୋଲକାତା ଏବଂ ମୁମ୍ବାଇରେ ଚାରୋଟି ମୁକାବିଲା ଖେଳିଥାନ୍ତା । ଦଳ ଗ୍ରୁପ୍ ସିରେ ରହିଥିଲା । ଏହି ଗ୍ରୁପରେ ଅନ୍ୟମାନଙ୍କ ମଧ୍ୟରେ ନେପାଳ, ଇଂଲଣ୍ଡ ଏବଂ ଓ୍ୱେଷ୍ଟ୍ ଇଣ୍ଡିଜ୍ ରହିଛନ୍ତି । ଏବେ ବାଂଲାଦେଶ ଜାଗାରେ ସ୍କଟଲ୍ୟାଣ୍ଡକୁ ସ୍ଥାନ ମିଳିଛି ।