'ଗିଲଙ୍କୁ ବିଦା କରିବା ଆଶ୍ଚର୍ଯ୍ୟ କରିଛି': ଟିମ୍ ରୁ ଆଉଟ୍ ପରେ ଏମିତି କହିଲେ ଗାଭାସ୍କର...

NEWS7
terrorist-pannun-issues-threat-on-dgp-conference

ନୂଆଦିଲ୍ଲୀ, ୨୧/୧୨: ଘୋଷଣା ହୋଇଛି ଟି20 ବିଶ୍ୱକପ୍ ପାଇଁ ଟିମ୍ । ଏଥିରୁ ବିଦା ହୋଇଛନ୍ତି ଦଳର ଭାଇସ୍ କ୍ୟାପ୍ଟେନ୍ ଶୁଭମନ୍ ଗିଲ୍ । ଲଗାତାର ଖରାପ ଫର୍ମ ତାଙ୍କୁ ଆଉଟ୍ କରିଛି ଟିମ୍ । ତେବେ ତାଙ୍କ ଜାଗାରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିଛି । ଏହାସହ ଅକ୍ଷର ପଟେଲଙ୍କୁ ଦିଆଯାଇଛି ଉପ ଅଧିନାୟକର ଦାୟିତ୍ୱ । ହେଲେ ଦଳରୁ ଗିଲ୍ ଆଉଟ୍ ହେଲା ପରେ ଚକିତ ହୋଇଛନ୍ତି ସୁନିଲ ଗାଭାସ୍କର ।

ଟି20 ଫର୍ମାଟରେ ବିଫଳ ହେଉଥିଲେ ଗିଲ୍ । ସେ ଏସିଆ କପରେ ଫେଲ୍ ମାରିଥିଲେ । ପରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ ରନ୍ କରିପାରିନଥିଲେ । ଯାହା ଫଳରେ ବିଶ୍ୱକପ ଟିମରେ ତାଙ୍କୁ ସାମିଲ କରାଯାଇ ନାହିଁ । ଯାହାକୁ ନେଇ ଗାଭାସ୍କର କହିଛନ୍ତି ଯେ, ଏହା ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ସେ ଆହୁରି କହିଛନ୍ତି ଯେ, ଗିଲ ଜଣେ ବିଶ୍ୱସ୍ତରୀୟ ଖେଳାଳି । ଅନେକ ମ୍ୟାଚରେ ସେ ଜବରଦସ୍ତ ବ୍ୟାଟିଂ କରିଛନ୍ତି । ଦଳକୁ ବିଜୟୀ କରାଇଛନ୍ତି । କିନ୍ତୁ ଗତ କିଛି ମୁକାବିଲାରେ ସେ ଆଉଟ୍ ଅଫ୍ ଫର୍ମ ରହିଥିଲେ । ଫର୍ମ୍ ସବୁଦିନ ଖରାପ ରହେନି । ଏହା ଭଲ ଏବଂ ଖରାପ ହୋଇଥାଏ । ଜଣେ ଭଲ ଫର୍ମରେ ନଥିଲେ କେମିତି ଲାଗେ ତାହା ସେ ନିଜେ ଅନୁଭବ କରିଛନ୍ତି । ସେ ଜଣେ ବହୁତ ଭଲ ଖେଳାଳି । ଆଇପିଏଲରେ ଗିଲ୍ ଭଲ ଖେଳୁଛନ୍ତି । ଟି20 ଫର୍ମାଟ୍ ତାଙ୍କ ପାଇଁ ନୂଆ ନୁହେଁ । କିନ୍ତୁ କିଛି ଖରାପ ଫର୍ମ୍ ଏବେ ତାଙ୍କ ସିଲେକ୍ସନକୁ ରୋକି ଦେଇଛି ବୋଲି ଗାଭାସ୍କର କହିଛନ୍ତି ।

ସୂଚନଯୋଗ୍ୟ, ଟି20 ବିଶ୍ୱକପ୍ ପାଇଁ ଦଳ ଘୋଷଣା ହୋଇଛି । ଏଥିରେ ସଞ୍ଜୁ ସାମସନ୍ ଏବଂ ଇଶାନ କିଶନଙ୍କୁ ସୁଯୋଗ ମିଳିଛି । ଗିଲ ଟିମରେ ଉପ ଅଧିନାୟକ ଥିଲେ । ଉପ ଅଧିନାୟକ ଭାର ଏବେ ଅକ୍ଷର ପଟେଲ ସମ୍ଭାଳିବେ ।