ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, ନବୀନ ନିବାସରେ ବସିବ ରାଜନୈତିକ ବ୍ୟାପାର କମିଟି

NEWS7
the-125th-birth-anniversary-of-utkal-keshari-dr-harekrushna-mahatab-to-organize-as-a-national-celebration

ଭୁବନେଶ୍ୱର ୨୨/୦୧: ଆଜି ବିଜୁ ଜନତା ଦଳର ବଡ଼ ବୈଠକ ବସୁଛି । ସନ୍ଧ୍ୟା ୫ଟାରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ରାଜନୈତିକ ବ୍ୟାପାର କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ।  ପ୍ରଶ୍ନ ଉଠୁଛି, କଣ ହେବ ଆଲୋଚନା ? ଦୁଇ ଜଣଙ୍କ ଆକ୍ସନ ପରେ କାହା ଉପରେ ହେବ କି କାର୍ଯ୍ୟାନୁଷ୍ଠାନ ?

ଏସବୁ ଦିଗ ଉପରେ ନଜର ରହିବ । ବିଜେଡିର ସବୁଠାରୁ ଶକ୍ତିଶାଳୀ କମିଟି ହେଉଛି ରାଜନୈତିକ ବ୍ୟାପାର କମିଟି । ଅରବିନ୍ଦ ମହାପାତ୍ର ଓ ସନା ମହାକୁଡ଼ଙ୍କ ନିଲମ୍ବନ ପରେ ଏହି ବୈଠକ ବସୁଥିବାରୁ ବୈଠକରେ କଣ ଆଲୋଚନା ହେବ ତାହାରି ଉପରେ ସମସ୍ତଙ୍କ ନଜର ରହିବ ।