୬୮ଘଣ୍ଟା ପରେ ମିଳିଲା ନିଖୋଜ ଶୁକ୍ରା ଗୋଲରୀଙ୍କ ମୃତଦେହ, ମାଛ ଧରିବାକୁ ଯାଇ ନିଖୋଜ ଥିଲେ

Published By : Prameya-News7 Bureau | October 27, 2024 IST

ଲମତାପୁଟ ୨୭।୧୦: ୬୮ ଘଣ୍ଟା ପରେ ମିଳିଲା ନିଖୋଜ ଶୁକ୍ରା ଗୋଲରୀଙ୍କ ମୃତଦେହ l କୋରାପୁଟ ଜିଲ୍ଲା ଜଲାପୁଟ ମୁଖ୍ୟ ଡ୍ୟାମ୍‌ର ପାଣି ବନ୍ଦ କରିବା ପରେ ମାଛକୁଣ୍ଡରୁ ନଦୀ ପାଣି ଖାଲି ହୋଇଥିଲା । ଯେଉଁଠି ଖସି ପଡ଼ିଥିଲେ ସେହି ନିକଟରେ ଥିବା ଏକ ପଥର ଖୋଲରେ ଫସି ରହିଯାଇଥିଲେ ଶୁକ୍ରା ।

ଗତ ଶୁକ୍ରବାର ଦିନ ମାଛକୁଣ୍ଡ ନଦୀରେ ମାଛ ଧରିବାକୁ ଯାଇ ଅନକାଡେ଼ଲି ଗ୍ରାମର ଶୁକ୍ରା ଗୋଲରୀ ନିଖୋଜ ହୋଇ ଯାଇଥିଲେ l ଶୁକ୍ରାଙ୍କ ଜାଲରେ ବଡ଼ ମାଛ ପଡ଼ିଥିବା ବେଳେ ମାଛଟି ଜାଲ ସହ ଶୁକ୍ରlଙ୍କୁ ପାଣି ଭିତରକୁ ଟାଣି ନେଇ ଯାଇଥିଲା l ଶନିବାର ନନ୍ଦପୁର ଏବଂ ଲମତାପୁଟରୁ ୯ ଜଣିଆ ଅଗ୍ନିଶମ ବାହିନୀ ଅପରେସନ ଜାରି ରଖିଥିଲେ ମଧ୍ୟ କୌଣସି ସଫଳତା ମିଳିନଥିଲା l ଜଳସ୍ତର କମାଇବା ପାଇଁ ପ୍ରକଳ୍ପର ବିଦ୍ୟୁତ ଉତ୍ପାଦନ ବନ୍ଦ କରାଯାଇଥିଲା । କିନ୍ତୁ ଶୁକ୍ରାଙ୍କ କୌଣସି ପତ୍ତା ମିଳିନଥିଲା l ରବିବାର ଜଲାପୁଟ ଡ୍ୟାମ୍ ବନ୍ଦ କରିବା ପରେ ନଦୀ ପାଣି କମିଥିଲା । ପରେ ଅପରେସନ ଆରମ୍ଭ ହୋଇଥିଲା । ଶେଷରେ ୬୮ ଘଣ୍ଟା ପରେ ନିଖୋଜ ଶୁକ୍ରାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

You Can Read:

ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ଶୁଣିଲେ ମୁଖ୍ୟମନ୍ତ୍ରୀ, ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.