ରାଜ୍ୟରେ ଶନିବାରଠାରୁ ଥଣ୍ଡା ପ୍ରଭାବ କମିବ! ହେଲେ ବଢ଼ିପାରେ କୁହୁଡ଼ି

NEWS7
the-central-government-will-provide-full-financial-assistance-to-complete-the-polavaram-work--

ଭୁବନେଶ୍ୱର ୧୬/୦୧: ଖସିଲା ପାରଦ, ବଢିଲା ଶୀତ। ରାଜ୍ୟର ଅଧିକାଂଶ ସ୍ଥାନରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ଆଜି ସକାଳ ସାଢେ ୫ଟା ସୁଦ୍ଧା, ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି। ଝାରସୁଗୁଡ଼ାରେ ତାପମାତ୍ରା ୬.୮ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୯.୪ ଡିଗ୍ରି, ଚାନ୍ଦବାଲିରେ ୧୨.୨, ପାରାଦୀପରେ ୧୨.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ରାଜଧାନୀ ଭୁବନେଶ୍ବରରେ ପାରଦ ରହିଛି ୧୨.୪ ଡିଗ୍ରି ସେଲସିୟସ୍ । ମଝିରେ ମାତ୍ର ୨ ଦିନ ଶୀତ ଲହରିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା । ପୁଣିଥରେ ଏବେ ଜାଡ଼ ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାରା ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ଶୀତ ବସ୍ତ୍ର ଦିନ ସାରା ଦେହରେ ରହୁଛି । ପାଣିକୁ ହାତ ମାରିବାକୁ ଡ଼ର ଲାଗୁଛି । ସତେ ଯେମିତି ପାରି ବରଫ ପାଲଟିଛି।

କେବେ ସରିବ ଏ ଶୀତ ଏହି କଥା ଏବେ ସମସ୍ତିଙ୍କ ମୁହଁରେ । ଅପରପକ୍ଷରେ ୨୨ ତାରିଖ ପରଠାରୁ ସାମୟିକ ଭାବେ ଶୀତ ପ୍ରକୋପ ବଢ଼ିପାରେ । ପାଣିପାଗ ବିଭାଗର ଆକଳନ ହେଲା, ଅନୁଗୁଳ, ଝାରସୁଗୁଡ଼ା, ଢେଙ୍କାନାଳ, ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଶୁକ୍ରବାର ରାତିରେ ଶୀତ ଲହରୀ ଅନୁଭୂତ ହୋଇପାରେ । ଏହାସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କଳାହାଣ୍ଡି, ସୁନ୍ଦରଗଡ଼, ମୟୂରଭଞ୍ଜ, କନ୍ଧମାଳ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି ।

ଅନୁମାନ କରାଯାଉଛି, ଦିନକ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ । ବିସ୍ତାରିତ ପାଣିପାଗ ଆକଳନ ଅନୁସାରେ, ୧୬ରୁ ୨୨ ତାରିଖ ଭିତରେ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ରାତି ତାପମାତ୍ରା ୪ରୁ ୮ ଡିଗ୍ରୀ, ଦକ୍ଷିଣ ଆଭ୍ୟନ୍ତରୀଣରେ ୮ରୁ ୧୦ ଡିଗ୍ରୀ ଏବଂ ବାକି ଅଞ୍ଚଳରେ ୧୦ରୁ ୧୪ ଡିଗ୍ରୀ ପାଖାପାଖି ରହିପାରେ ।