କେନ୍ଦ୍ରାପଡା ୧୦।୭: ଚତୁର୍ଥ ଦିନରେ ଗଡିଲା କେନ୍ଦ୍ରାପଡାର ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ଵଜ ରଥ । ବାରମ୍ବାର ବାମ ପାର୍ଶ୍ୱକୁ ରଥ ମାଡି ଯାଉଥିବାରୁ ଅଧା ବାଟରେ ଅଟକିଛି ବ୍ରହ୍ମ ତାଳଧ୍ଵଜ ରଥ । ରଥ ଅତ୍ୟଧିକ ବାମ ମୋଡ ନେବାରୁ ରଥ ଟଣା ରୋକା ଯାଇ ହାଇଡ୍ରୋଲିକ୍ ଜଗ୍ ଯୋଗେ ରଥକୁ ଡାହାଣ ମୋଡ ଦେବା ପରେ ବୁଧବାର ପୁଣି ଥରେ ରଥ ଟଣା ଆରମ୍ଭ ହୋଇଛି ।
ମଙ୍ଗଳବାର ରଥ ମାଉସୀ ମା’ ମନ୍ଦିର ନିକଟରେ ନ ପହଞ୍ଚିବାରୁ ଆଡ଼ପ ମଣ୍ଡପ ନୀତି ହୋଇ ପାରିନାହିଁ । ବୁଧବାର ସକାଳୁ ଜୟ ମଙ୍ଗଳା ଆଳତୀ, ନୀତି ସ୍ନାନ, ବଲ୍ଲଭ, ସକାଳ ଧୂପ, ଦ୍ୱିପ୍ରହର ଧୂପ ଓ ଉଠାଣି ଆଳତୀ ପ୍ରଭୃତି ନୀତିକାନ୍ତି ଶେଷ କରାଯିବ କରାଯିବା ପରେ ରଥ ଟଣା ଆରମ୍ଭ ହୋଇଛି ।
You Can Read: