ଆଠଗଡ଼ ୧୪।୧୨: ମହଙ୍ଗା ପଡିଲା ଗୋଚର ଜମିରେ କ୍ଲବ ଘର ନିର୍ମାଣ । କଟକ ଜିଲ୍ଲା ଆଠଗଡ଼ ବ୍ଲକ କୁମାରପୁର ପଞ୍ଚାୟତରେ ୫ ଡେସିମିଲ ଗୋଚର ଜମି ଉପରେ ଗଢି ଉଠିଥିବା କୁମାରପୁର ଯୁବକ ସଂଘକୁ ମାଟିରେ ମିଶାଇଲା ଆଠଗଡ ପ୍ରଶାସନ। ପୋଲିସ ଫୋର୍ସ ସହ ପୋଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତରେ ଜେସିବିରେ ଭାଙ୍ଗିଲା ବେଆଇନ ଭାବେ ନିର୍ମାଣଧିନ କ୍ଲବ ଘର । ଏହି ଗୋଚର ଜମିରେ ବେଆଇନ ନିର୍ମାଣ ନେଇ ଏକ ଅବରୋଧ କେସ୍ ହୋଇଥିଲା । ଘଟଣାସ୍ଥଳରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସ ପକ୍ଷରୁ ୪ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ ।
You Can Read:
ମାଲକାନଗିରିକୁ ବଡ଼ ଭେଟି : ନିର୍ମାଣ ହେବ ୬ ଲେନ୍ ବିଶିଷ୍ଟ କରିଡ଼ର, ୪ ହଜାର କୋଟି ବ୍ୟୟରେ ହେବ ସିମେଣ୍ଟ କାରଖାନା