ପୂରଣ ହେଲା ବିଦ୍ୟୁତ ଶ୍ରମିକଙ୍କ ଦୀର୍ଘଦିନର ଦାବି, ଟାଟା ପାଓ୍ବାର ଓ ସରକାରଙ୍କୁ ଜଣାଇଲେ ଧନ୍ୟବାଦ

Published By : Prameya-News7 Bureau | January 04, 2025 IST

ଭଦ୍ରକ ୪।୧: ବିଦ୍ୟୁତ ଶ୍ରମିକଙ୍କ ସ୍ବାର୍ଥ ପାଇଁ ମିଶିଗଲା ଦୁଇ ସଂଘ । ଦୀର୍ଘଦିନର ଦାବି ପୂରଣ ହେବା ପରେ ଭଦ୍ରକ ପାୱାର ହାଉସ୍‌ ଠାରେ କଳିଙ୍ଗ ବିଦ୍ୟୁତ କର୍ମଚାରୀ ସଙ୍ଘ ଦ୍ବାରା ନୂତନ ବର୍ଷର ଅଭିନନ୍ଦନ କାର୍ଯ୍ୟକ୍ରମ ଜରିଆରେ ଧନ୍ୟବାଦ ପ୍ରଦାନ କରାଯାଉଛି । ବିଦ୍ୟୁତ ଶ୍ରମିକଙ୍କ ୧୧ତମ ମଜୁରୀ ନିର୍ଦ୍ଧାରଣ ଓ ଗତ ଦଶମ ମଜୁରୀ ନିର୍ଦ୍ଧାରଣ ସମୟରୁ ରହିଆସିଥ‌ିବା ଦରମାଗତ ଅସଙ୍ଗତି ଦୂରୀକରଣର ଦାବିକୁ ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଞ୍ଚ ଓ ଏହାର ଅନ୍ତର୍ଗତ ମହାସଂଘ ଟାଟା ପାୱାର ମ୍ୟାନେଜମେଣ୍ଟଙ୍କ ନିକଟରେ ଦାବି ରଖିଥିଲେ । ୨୦୧୫ ମସିହାରୁ ସଂଘ ଲଢେଇ କରି ଆସୁଥିଲେ । ପ୍ରଥମେ OPTCL ସହ ୨୦୨୪ ମସିହା ଜାନୁଆରୀ ୧୬ ତାରିଖରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ପରେ ଗତ ଡ଼ିସେମ୍ବର ୨୪ ତାରିଖରେ ଡିଷ୍ଟମ ମ୍ୟାନେଜମେଣ୍ଟ ସହ ଚୁକ୍ତି ଲେବର କମିଶନଙ୍କ ନିକଟରେ ହୋଇଛି । ସେଥିପାଇଁ ଏକତା ମଞ୍ଚ ଏବଂ ଏହା ଅନ୍ତର୍ଗତ ମହାସଂଘ ମାନେ ସାରା ଓଡ଼ିଶାରେ ବିଭିନ୍ନ ପ୍ରକାରର ଉତ୍ସବ ପାଳନ ସହିତ ଟାଟା ପାଓ୍ବାର ମ୍ୟାନେଜମେଣ୍ଟ ଓ ରାଜ୍ୟ ସରକାରଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି । 

ଭଦ୍ରକ ଠାରେ କଳିଙ୍ଗ ବିଦ୍ୟୁତ କର୍ମଚାରୀ ସଙ୍ଘର ନେତୃବୃନ୍ଦ ମାନେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଜରିଆରେ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ କଳିଙ୍ଗ ବିଦ୍ୟୁତ କର୍ମଚାରୀ ସଂଘର ପୂର୍ବତନ ସଭାପତି ସ୍ବର୍ଗତ ସୁରେନ୍ଦ୍ର ସାହୁଙ୍କୁ ସଂଗ୍ରାମୀ ଅଭିବାଦନ ଦେବା ସହିତ ଏହି ଲଢ଼େଇରେ ସେ ଯେଉଁ ପ୍ରାରମ୍ଭିକ ଉଦ୍ୟମ କରିଥିଲେ ଆଜିର ସଫଳତା ପାଇଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହାଛଡ଼ା ଭଦ୍ରକରୁ ଅନ୍ୟାନ୍ୟ କର୍ମଚାରୀ ଓ ସଦସ୍ୟ ମାନେ ମଧ୍ୟ TPNODL ତରଫରୁ ନେତୃତ୍ବ ନେଇଥିଲେ ।



You Can Read:

ଓଲଟିଲା ଧାନ ନେଇ ଯାଉଥିବା ଟ୍ରାକ୍ଟର, ଚାପିହୋଇ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.