ମହିଳାଙ୍କ ସ୍ବାର୍ଥକୁ ସବୁବେଳେ ଗୁରୁତ୍ବ ଦେଇଆସିଛୁ, ନିଆଯିବ ଉଚିତ ପଦକ୍ଷେପ

Published By : Prameya-News7 Bureau | December 10, 2024 IST

ଭୁବନେଶ୍ବର ୧୦/୧୨: ବିଧାନସଭା ବାହାରେ ମଧ୍ୟ ମିଶନ ଶକ୍ତି ମହିଳାଙ୍କ ଦରମା ତାତି । ମଙ୍ଗଳବାର ଦ୍ବିତୀୟ ଦିନରେ ଗର୍ଜିଛନ୍ତି ମିଶନ ଶକ୍ତି ମହିଳା । ଶୀତ କାକରରେ ଧାରଣା ଦେଇଛନ୍ତି ହଜାର ହଜାର ମହିଳା । ଧାରଣାସ୍ଥଳରେ ବିଜେଡି ସହ ସାମିଲ ହୋଇଛି କଂଗ୍ରେସ ।  ଏମିତି ସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ମହିଳାଙ୍କୁ ବିଭ୍ରାନ୍ତି କରନ୍ତୁନି ବିରୋଧୀ । ନିଆଯିବ ଉଚିତ ପଦକ୍ଷେପ । ବିଜେପି ସରକାର ମହିଳାଙ୍କ ସ୍ବାର୍ଥକୁ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି । ବିଶେଷକରି ରାଜ୍ୟରେ ମିଶନ ଶକ୍ତି ମହିଳାଙ୍କ ସ୍ବାର୍ଥ ଓ ଦାବିକୁ ନେଇ ବିଧାନସଭାରେ ଚର୍ଚ୍ଚା ହୋଇଛି । ମହିଳାଙ୍କ ସ୍ବାର୍ଥ ପାଇଁ ଯାହା ଠିକ୍‌ ତାହା କରାଯିବ । କାହା କଥାରେ ବିଭ୍ରାନ୍ତ ହୋଇ ରାସ୍ତାରେ ଗଡିବା ଦରକାର ନାହିଁ ।ବରଂ ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ ବୋଲି ମିଶନ ଶକ୍ତି ମହିଳାଙ୍କୁ ଅପିଲ କରିଛନ୍ତି ସେ ।  

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.