ଭୁବନେଶ୍ୱର: ବୈକୁଣ୍ଠଧାମ ଆଶ୍ରମ ବିବାଦ ମାମଲାରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସରକାରୀ ଜମିରେ ରହିଛି ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ। ଜିଏ ପକ୍ଷରୁ ମାପଚୁପ ପରେ ସହକାରୀ ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି। ୧୪୦ ଡିସିମିଲ ସରକାରୀ ଜମିରେ ଆଶ୍ରମ ରହିଛି। ସରକାରଙ୍କୁ ରିପୋର୍ଟ ଦିଆଯାଇଛି, ସେହି ଅନୁସାରେ ପଦକ୍ଷେପ ନିଆଯିବ ସେ କହିଛନ୍ତି।
ବୈକୁଣ୍ଠଧାମରେ ଆଶ୍ରମରେ ବିଡିଏ, ବିଏମ୍ସି ଏବଂ ତହସିଲ ଟିମ୍ ପହଞ୍ଚି ଛାନଭିନ କରିଥିଲେ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବୈକୁଣ୍ଠ ଧାମରେ ପହଞ୍ଚିଥିଲା ଏହା ସରକାରୀ ଜମି ନା ବେସରକାରୀ ସେନେଇ ୮ ଜଣିଆ ଟିମ୍ ଆଶ୍ରମ ଜମିର ମାପଚୁପ କରିଥିଲେ।
ଶ୍ରୀ ବୈକୁଣ୍ଠ ଧାମକୁ ନେଇ ବିବାଦ ବଢିଚାଲିଛି । ସ୍ଥାନୀୟ ଭକ୍ତଙ୍କ ପାଇଁ ଆଶ୍ରମ ଗେଟ ଖୋଲା ଯାଉନଥିବା ବେଳେ କେବଳ ବିଦେଶ ଓ ରାଜ୍ୟ ବାହାର ଭକ୍ତ ପାଇଁ ଆଶ୍ରମ କାହିଁକି ଖୋଲା ଯାଉଥିଲା ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ।
ଆଜି ମଧ୍ୟ କୁନି ବାବା ଓ ତାଙ୍କ ବାବାଙ୍କ ପାଇଁ ଆକ୍ରୋଶ ଦେଖିବାକୁ ମିଳିଛି। ଆଶ୍ରମର ନାମ ଶ୍ରୀ ବୈକୁଣ୍ଠ ଧାମ ଲେଖା ଯାଇଥିବାରୁ କିଛି ମହିଳା ସ୍ୱେଚ୍ଛାସେବୀ ଆଶ୍ରମ ଗେଟରେ ମାଟି ବୋଳିଥିବା ଦୃଶ୍ୟ ଦେଖିବାକୁ ମିଳିଛି।