ଦୁର୍ବୃତ୍ତ ଚିରିଦେଲେ କନ୍ଧମାଳ ସାଂସଦଙ୍କ ପୋଷ୍ଟର, ସିସିଟିଭି ଆଧାରରେ ତଦନ୍ତ

Published By : Prameya-News7 Bureau | October 16, 2024 IST

ବାଲିଗୁଡ଼ା ୧୬।୧୦: ଚିରା ହୋଇଛି କନ୍ଧମାଳ ସାଂସଦଙ୍କ ପୋଷ୍ଟର । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ।ଚିରା ହୋଇଥିବା ନେଇ ଅଭିଯୋଗ ହୋଇଛି l ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡାରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ପୋଷ୍ଟର ଚିରା ଅଭିଯୋଗ ହୋଇଛି l ଶାରଦୀୟ ଦୁର୍ଗା ପୂଜା ଅବସରରେ ବାଲିଗୁଡା ସହର ସ୍ଥିତ ତ୍ରିବେଦୀ ପାର୍କ ନିକଟରେ ଶୁଭେଚ୍ଛା ବାର୍ତ୍ତାକୁ କେହି ଦୁର୍ବୃତ୍ତ ଚିରି ଦେଇଥିବା ଅଭିଯୋଗ ହୋଇଛି l ଏନେଇ କନ୍ଧମାଳ ସାଂସଦଙ୍କ ବ୍ଲକ ପ୍ରତିନିଧି ରଞ୍ଜିତ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କୁ ମୌଖିକ ଅଭିଯୋଗ କରିଛନ୍ତି l ସିସିଟିଭି ଆଧାରରେ ଖୁବ୍‌ଶୀଘ୍ର ଦୁର୍ବୃତ୍ତଙ୍କୁ ଧରିବେ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି l

You Can Read:

ରାଜଧାନୀରେ ପୁଣି ସିମ୍ କଲ୍ ସେଣ୍ଟର ଠାବ, ୫ଜଣ ଥାନାରେ ଅଟକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.