କଣ୍ଟାବାଞ୍ଜି: ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ। । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୫ ମହିଳା, ଜଣେ ପୁରୁଷ ସହ ୮ ନାବାଳକ-ନାବାଳିକା ମଧ୍ୟ ରହିଥିଲେ। ଉଦ୍ଧାର ଶ୍ରମିକମାନଙ୍କୁ ଥାନାରେ ଆଣି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଉଦ୍ଧାର ଶ୍ରମିକମାନେ ବେଲପଡ଼ା ଥାନା ପଣ୍ଡରିଜୋର ଗାଁର । ଏକ ବୋଲୋରେରେ ଶ୍ରମିକମାନେ କଣ୍ଟାବାଞ୍ଜି ରେଳ ଷ୍ଟେସନ ଯାଉଥିଲେ। ଏହି ବୋଲେରୋକୁ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ରାସ୍ତାରେ ଅଟକାଇ ପଚରାଉଚରା ପରେ ବେଆଇନ ଦାଦନ ଶ୍ରମିକ ବୋଲି ଜାଣି ପାରିଥିଲା ପୋଲିସ ।
ଘଟଣାସ୍ଥଳରୁ ଦାଦନ ସର୍ଦ୍ଦାର ଫେରାର ମାରିଥିବାବେଳେ ପୋଲିସ ବୋଲେରୋ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ଶ୍ରମିକମାନଙ୍କ ମଧ୍ୟରେ ୫ ମହିଳା, ଜଣେ ପୁରୁଷଙ୍କ ସହ ୮ ଜଣ ନାବାଳିକା ନାବାଳକ ମଧ୍ୟ ରହିଥିଲେ। ଶ୍ରମିକମାନେ ବେଙ୍ଗାଲୁରୁରେ ଏକ ଅଣ୍ଡା ଫାର୍ମରେ କାମ କରିବାକୁ ଯାଉଥିବା ଶ୍ରମିକ କହିଛନ୍ତି ।