ବାତ୍ୟା ‘ଦାନା’ ସିନା ଚାଲିଗଲା, କିନ୍ତୁ ଏବେ ଆରମ୍ଭ ହୋଇଗଲାଣି ରାଜନୀତି

Published By : Prameya-News7 Bureau | October 26, 2024 IST

ଭୁବନେଶ୍ବର ୨୬।୧୦: ଓଡ଼ିଶାରୁ ଦାନା ଚାଲିଗଲା।କିନ୍ତୁ ରାଜନୀତିରେ ଆରମ୍ଭ ହୋଇଗଲା ଦାନା ଝଡ଼। ବାତ୍ୟା ମୁକାବିଲା ସଫଳତାକୁ ନେଇ ଆରମ୍ଭ ହୋଇଛି ରାଜନୀତି।ବିଜେଡି ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କ ସ୍ଥାନାନ୍ତରଣ ନେଇ ଶ୍ବେତପତ୍ର ଦାବି କରି ସରକାରଙ୍କୁ କରିଛି ଟାର୍ଗେଟ। ବିଜେଡିର କହିବା କଥା- ଜିରୋ କାଜୁଆଲଟି ଦେଖେଇ ହେଉଛି ବିଜେପି।ହେଲେ ଆଦୌ ଜିରୋ କାଜୁଆଲଟି ନୁହେଁ। ରାଜନଗରରେ ୩ ଜଣ ଓ କେନ୍ଦୁଝରରେ ଜଣଙ୍କର ବାତ୍ୟାରେ ଜୀବନ ଯାଇଛି। ୨୪ ଓ ୨୫ ତାରିଖରେ ଏମାନଙ୍କ ମୃତ୍ୟୁ ହୋଇଥିବା ବିଜେଡି ଅଭିଯୋଗ କରିଛି। ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କ ସ୍ଥାନାନ୍ତରଣ ନେଇ ମଧ୍ୟ ବିଜେଡି ପ୍ରଶ୍ନ ଉଠାଇଛି।କାରଣ ପ୍ରଥମେ କୁହାଗଲା ୩ ଲକ୍ଷ, ତାପରେ ୬ ଲକ୍ଷ ଆଉ କେତେ ବେଳେ କୁହାଗଲା ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି।କିନ୍ତୁ ଆଶ୍ରୟସ୍ଥଳୀରେ ଲୋକେ ଠିକ୍ ଭାବେ ପହଞ୍ଚି ପାରିନଥିଲେ। ଶୁଖିଲା ଖାଦ୍ୟ ବି ମିଳିନାହିଁ। ଆଉ ରନ୍ଧା ଖାଦ୍ୟ ବଣ୍ଟନରେ ହୋଇଛି ଅନିୟମିତତା। ମନ୍ତ୍ରୀମାନେ ନିର୍ବାଚିତ ଜନପ୍ରତିନିଧିଙ୍କୁ ନଡାକି ସମୀକ୍ଷା କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଅନ୍ୟପଟେ କଂଗ୍ରେସ କହିଛି ଲୋକେ ଭୟରେ ସ୍ବତପ୍ରବୃତ୍ତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ଆସିଛନ୍ତି । ଏଥିରେ ସରକାରଙ୍କ କୌଣସି ବାଃ ବାଃ ନେବାର ନାହିଁ। 
ସେପଟେ ବିଜେଡି ଓ କଂଗ୍ରେସର ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ବିଜେପି।ବିଜେପି କହିଛି, ବିରୋଧୀ କହିବେ, କିନ୍ତୁ ବିଜେପି ସରକାର ସୁଚାରୁରୂପେ ବାତ୍ୟା ପରିଚାଳନା କରିଛନ୍ତି। ୨୪ ବର୍ଷ ଶାସନ କଲା ପରେ ଏବେ ତାଙ୍କର ହଜମ ହେଉନି। ତାଙ୍କ ସମୟରେ ବାତ୍ୟା ନାଁରେ ହଜାର ହଜାର କୋଟି ଆତ୍ମସାତ ହେଉଥିଲା। କିନ୍ତୁ ମୋହନ ସରକାରରେ ସୁନ୍ଦର ପରିଚାଳନା ହେଲା। ଲୋକଙ୍କ ପାଖରେ ପହଁଚିଲେ ସରକାର। ବିଜେପି ସରକାରରେ ଆମ୍ବୁଲାନ୍ସ ଡ୍ରାଇଭର ଓ ଆଶା କର୍ମୀ କେମିତି କାମ କରୁଛନ୍ତି ତାହା ହିଁ ସୂଚନା ବୋଲି ବିଜେପି କହିଛି । 

You Can Read:

ପକୁଡ଼ି ଖାଇ ଗୋଟିଏ ପରିବାରର ୬ ଅସୁସ୍ଥ, ମେଡ଼ିକାଲରେ ଭର୍ତ୍ତି

  • OdishaNews
  • Odisha Assembly
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.