India vs New Zealand: ନ୍ୟୁଜିଲାଣ୍ଡର ଦମଦାର ବ୍ୟାଟିଂ, ଭାରତକୁ ଦେଲା ୩୦୧ ରନ୍ ଟାର୍ଗେଟ୍

NEWS7
the-rain-will-increase-from-17th-june-in-odisha

ଭଦୋଦରାଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ସିରିଜର ପ୍ରଥମ ମ୍ୟାଚ୍ ଆଜି (ଜାନୁଆରୀ ୧୧) ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୦୦ ରନ୍ କରିଛି। ଭାରତକୁ ମ୍ୟାଚ୍ ଜିତିବାକୁ ହେଲେ ୩୦୧ ରନ୍ କରିବାକୁ ହେବ।

ନ୍ୟୁଜିଲାଣ୍ଡ ପକ୍ଷରୁ ଡିରେଲ ମିଚେଲ ସର୍ବାଧିକ ୮୪ ରନ୍ କରିଥିବା ବେଳେ ହେନରି ନିକୋଲ୍ସ ୬୨ ଓ ଡେଭନ କନୱେ ୫୬ ରନ୍ କରିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ସିରାଜ, ହର୍ଷିତ ରାଣା ଓ ପ୍ରସିଦ୍ଧ କୃଷ୍ଣା ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।