ବର୍ଷାରେ ଭୁଶୁଡିଲା ଘର ଛାତ, ଏବେ କେଉଁଠି ରହିବେ ଅସହାୟ ମହିଳା ?

Published By : Prameya-News7 Bureau | July 05, 2024 IST

ମହାକାଳପଡା ୫/୭: ରାତିରେ ନିଘୋଡ ନିଦରେ ଶୋଇଥିଲେ ମାଆ ଓ ୨ ପୁଅ । ଲଗାଣ ବର୍ଷାରେ ଭୁଶୁଡିଲା ଘର ଛାତ । ଅଳ୍ପକେ ବର୍ତ୍ତିଯାଇଛି ୩ ଜୀବନ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅଧୀନ ପେଟଛିଲା ପଞ୍ଚାୟତ ଲୁନିମାଠିଆ ଶବରପଡା ଗାଁରେ ଅଘଟଣ । ଗାଁର ମହିଳା ଠୁଲି ନାୟକ ସବୁ ଦିନ ପରି ଖାଇସାରିଲା ପରେ ୨ ପୁଅଙ୍କୁ ଧରି ଶୋଇବାକୁ ଯାଇଥିଲେ । ହଠାତ ରାତି ୧୨ଟା ପାଖାପାଖି ଗୋଟିଏ ପାଖରୁ ଛାତ ଖସିବା ସାଉଣ୍ଡ ଶୁଣିଥିଲେ ସେ । ପ୍ରାଣ ବିକଳରେ ୨ପୁଅଙ୍କୁ ଧରି ବାହାରକୁ ଦୌଡି ପଳାଇ ଆସିଥିଲେ । ଆଉ ଘରୁ ବାହାରିବା ପରେ ପରେ ହିଁ ଘରର ଛାତ ପୁରା ଭୁଶୁଡି ପଡିଥିଲା । ଘରେ ଥିବା ସାଇକେଲ ଓ ଆସବାବପତ୍ର ମଧ୍ୟ ଛାତ ତଳେ ପୋତି ହୋଇଯାଇଛି । ସ୍ବାମୀ ପରିତ୍ୟକ୍ତା ଠୁଲିଙ୍କୁ ୧୫ ବର୍ଷ ତଳେ ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଥିଲା । ଦିନ ମଜୁରୀ କରି ୩ ପ୍ରାଣୀ ଚଳୁଥିବାବେଳେ ଏବେ କେଉଁଠି ରହିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି ଠୁଲି । ଅସହାୟ ଠୁଲିଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । 

You Can Read:

ଭୁଶୁଡିଲା ନେତାଜୀ ସେବା ସଦନର ପାଚେରୀ, ଦୁଇଟି କାର୍ କ୍ଷତିଗ୍ରସ୍ତ

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.