ଅଚାନକ ଚାଉଳ ମିଲ୍ ପରିଦର୍ଶନ କଲେ ଯୋଗାଣ ମନ୍ତ୍ରୀ : ରାସନ ଚାଉଳ ବସ୍ତା ଓଜନ କରାଇ ପରଖିଲେ ମାନ

Published By : Prameya-News7 Bureau | October 03, 2024 IST

ବୌଦ୍ଧ ୩।୧୦: ଅଚାନକ ଚାଉଳ ମିଲ୍ ପରିଦର୍ଶନ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବୌଦ୍ଧ ଜିଲ୍ଲା ପୁରୁଣା କଟକ ସ୍ଥିତ ରାଣୀସତୀ ମିଲ୍  ଓ ସେଣ୍ଟ୍ରାଲ PEG ଗୋଡାଉନକୁ ଅଚାନକ ପରିଦର୍ଶନ କରିଥିଲେ । ତେବେ ସେଠାରେ ଅନିୟମିତତା ହେଉଛି କି ନାହିଁ ତାହା ମନ୍ତ୍ରୀ ଦେଖିଥିଲେ । ପୋକଡା ଚାଉଳକୁ ରିସାଇକ୍ଲିଂ କରି ନିମ୍ନମାନର ଚାଉଳ ପଞ୍ଚାୟତକୁ ପଠାଉଥିବା ଦେଖିଥିଲେ । ଓଜନ ମାପରେ ମଧ୍ୟ ଅନିୟମିତତା ମଧ୍ୟ ଦେଖିଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ତାଗିଦ କରିଥିଲେ । ରାସନ ବଣ୍ଟନ ପାଇଁ ପ୍ୟାକିଂ ହୋଇଥିବା ବସ୍ତାକୁ ଓଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବସ୍ତା ଗୁଡ଼ିକ ଓଜନ କରିବାରୁ ପ୍ରତ୍ୟେକ ଚାଉଳ ବସ୍ତାରେ ୩ ଶହରୁ ୬ ଶହ ଗ୍ରାମ ଚାଉଳ କମ୍ ଥିବା ଦେଖିବାକୁ ମିଳିଥିଲା । ଏହା ସହିତ ମନ୍ତ୍ରୀ ବେରଙ୍ଗୀ ଓ ନିମ୍ନମାନର ଚାଉଳ ଦେଖିବାକୁ ପାଇଥିଲେ ।  ଗୋଡାଉନରେ ଥିବା ୫୦ ପ୍ରତିଶତ ଡିସ୍‌କଲର ଚାଉଳକୁ ଲୋକଙ୍କୁ ବଣ୍ଟନ ନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.