ଆସନ୍ତା ୨୦ରୁ ୩ ପ୍ରମୁଖ ଠିକାଦାର ସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ, ଠପ୍ ହେବ ସବୁ ସରକାରୀ ନିର୍ମାଣ କାର୍ଯ୍ୟ

NEWS7
the-sword-turned-during-the-zero-night-celebration-in-balangir

ଭୁବନେଶ୍ବର ୧୩।୨: ଆସନ୍ତା ଫେବ୍ରୁଆରୀ ୨୦ ତାରିଖରୁ ରାଜ୍ୟବ୍ୟାପୀ ଠପ୍ ହେବ ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟ I ପ୍ରଭାବିତ ହେବ ଆଲୋକ, ପାନୀୟ ଜଳ ବ୍ୟବସ୍ଥା ଓ ସ୍ବେରଜ କାମ l ଏକାଠି ହେବେ ରାଜ୍ୟର ୭୦ ହଜାର ଠିକାଦାର ଓ ରାଜ୍ୟର ତିନି ପ୍ରମୁଖ ଠିକାଦାର ସଙ୍ଘ । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଚେତାବନୀ ଦେଇଛି ମିଳିତ ମଞ୍ଚ ଓଡ଼ିଶା ଠିକାଦାର ମହାସଂଘ I

ଏ ଖବର ବି ପଢ଼ନ୍ତୁ:- ପ୍ରଭାରୀଙ୍କ ଦମ୍ଭୋକ୍ତି : ରାଜ୍ୟସଭା ନିର୍ବାଚନରେ ତିନୋଟି ସିଟ୍ ଦଖଲ କରିବ ବିଜେପି

ମିଳିତ ମଞ୍ଚର ଆବାହକ ଅନୀଲ କୁମାର ମହାଲିକଙ୍କ ସଂଯୋଜନାରେ ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୮ ଦଫା ଦାବି ପ୍ରଦାନ କରାଯାଇଛି I ୧୮ ଫେବ୍ରୁଆରୀ ସୁଦ୍ଧା ରାଜ୍ୟ ସରକାର ଦାବି ପୂରଣ ନ କଲେ ୨୦ ତାରିଖରେ ସମସ୍ତ ନିର୍ମାଣ କାର୍ଯ୍ୟ ଅନର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ରାଜଧାନୀ ରାଜରାସ୍ତାରେ ବିଶାଳ ବିକ୍ଷୋଭ ସମାବେଶ କରାଯିବା ନେଇ ଚେତାବନୀ ଦେଇଛି ମହାସଂଘ I ପୂର୍ତ୍ତ ବିଭାଗ ସର୍କୁଲାର ରଦ୍ଦ କରି ଟେଣ୍ଡର ମୂଲ୍ୟକୁ ୦.୦୦% ପ୍ରତିଶତରୁ କମ୍ ନ କରିବା ପାଇଁ ନୂତନ ଆଇନ ପ୍ରଣୟନ, SOR ସ୍ଥିରୀକରଣ, ଟେଣ୍ଡର ସୀମା ବୃଦ୍ଧି, ଏକ ରାଜ୍ୟ ଏକ ଆଇନ, ଖଣିଜ ଦ୍ରବ୍ୟ ସମସ୍ୟା, ଜରିମାନା ଛାଡ଼, ଦରଦାମ ବୃଦ୍ଧି ହିସାବ WAMIS ସ୍ଥାନାନ୍ତର କରିବା ଆଦି ୮ ଦଫା ଦାବି ଉପସ୍ଥାପନା କରିଛି ମିଳିତ ଠିକାଦାର ମହାସଂଘ I ଆଗାମୀ ଦିନରେ କାର୍ଯ୍ୟବନ୍ଦ ଯୋଗୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଲେ ସେଥିପାଇଁ ସରକାର ସମ୍ପୂର୍ଣ ଦାୟୀ ରହିବେ ବୋଲି ମଧ୍ୟ ଚେତାବନୀ ଦେଇଛି ମହାସଂଘ ।