ଜିରୋ ନାଇଟ୍ ସେଲିବ୍ରେସନ ବେଳେ ବୁଲିଲା ଖଣ୍ଡା, ଦୁଇ ଜଣ ଗୁରୁତର

Published By : Prameya-News7 Bureau | January 01, 2025 IST

ବଲାଙ୍ଗିର ୧।୧: ବଲାଙ୍ଗିର ସହରରେ ଜିରୋ ନାଇଟ୍‌ରେ ବୁଲିଲା ଖଣ୍ଡା । ମଙ୍ଗଳବାର ରାତିରେ ତୁଳସୀନାଗାର ପଡାରେ ଛୋଟ ଛୋଟ ଛୁଆଙ୍କ ସହିତ ଯୁବକ ମାନେ ଜିରୋ ନାଇଟ୍ ସେଲିବ୍ରେସନ କରୁଥିଲେ । ଏହି ସମୟରେ ଦୁଇ ଜଣ ଯୁବକ ବାଇକରେ ଆସି ସେଲିବ୍ରେସନ କରାଯାଉଥିବା  ସ୍ଥାନରେ ଦ୍ରୁତ ଗତିରେ ବାରମ୍ବାର ବାଇକ୍ ଯିବା ଆସିବା କରିଥିଲେ । ସ୍ଥାନୀୟ ଯୁବକ ମାନେ ବାରଣ କରିବାରୁ ଖଣ୍ଡା ବାହାର କରି ବାଇକରେ ଥିବା ଦୁଇ ଜଣ ଯୁବକ ଆକ୍ରମଣ ଆରମ୍ଭ କରିଥିଲେ । ପ୍ରତିବାଦ କରୁଥିବା ତୁଳସୀନଗର ପଡା ମଧୁସୂଦନ ବଗର୍ତି ଏବଂ ଅଗ୍ନିକୁମାର ବିଶିଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ମଧୁସୂଦନଙ୍କ ହାତରେ ଏବଂ ଅଗ୍ନିଙ୍କ ମୁଣ୍ଡରେ ଆଘାତ ଲାଗିଛି । ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀଙ୍କ ଭିତରେ ଜଣଙ୍କର ନାଁ ବବଲୁ ଷାଣ୍ଢ ବୋଲି ଜଣାପଡିଛି । ଅନ୍ୟ ଜଣଙ୍କର ନାଁ ଜଣାପଡ଼ିନାହିଁ । ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ଟାଉନ ପୋଲିସ ତଦନ୍ତ ଜାରି ରଖିଛି ।

You Can Read:

ନିରାଡ଼ମ୍ବର ଭାବେ ନୂଆବର୍ଷ ପାଳିଲେ ମୁଖ୍ୟମନ୍ତ୍ରୀ, ସାମୁହିକ ଦାୟିତ୍ୱ ନେଇ କାମ କରିବାକୁ ଅଧିକାରୀଙ୍କୁ ଦେଲେ ପରାମର୍ଶ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.