ନୂଆଦିଲ୍ଲୀ: ବିଶ୍ଵକପ୍ ୨୦୨୩ର ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି। ବିଶ୍ଵକପ୍ରେ ପାକିସ୍ତାନ କ୍ରିକେଟ୍ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା ଏବଂ ସେମି ଫାଇନାଲ୍ ଦୌଡ଼ରୁ ବିଦା ହୋଇ ସ୍ଵଦେଶ ଫେରି ସାରିଛି। ଦଳର ଏମିତି ନିମ୍ନମାନର ପ୍ରଦର୍ଶନ ପରେ ଦଳରେ ଚହଳ ପଡ଼ିଛି। ଏବେ ଦଳର ବୋଲିଂ କୋଚ୍ ମର୍ନେ ମୋର୍କେଲ୍ ଇସ୍ତଫା ଦେଇଛନ୍ତି। ୯ଟିରୁ ଦଳ ୪ଟି ଜିତି ପାରିଥିଲା। ଦଳର ଦୟନୀୟ ପ୍ରଦର୍ଶନର ପ୍ରଭାବ ବୋର୍ଡ ଉପରେ ଦେଖିବାକୁ ମିଳିଥିଲା।
wp:heading {"level":4}Also read- ଡିଭିଲିୟର୍ସଙ୍କ ରେକର୍ଡକୁ ବ୍ରେକ୍ କଲେ ରୋହିତ, ମାରିଲେ ଗୋଟିଏ ବର୍ଷରେ ସବୁଠୁ ଅଧିକ ଛକା
/wp:headingନିକଟରେ ଦଳର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ ଉଲ ହକ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏବେ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପରେ ବୋଲିଂ କୋଚ୍ ଇସ୍ତଫା ଦେଇଛନ୍ତି। ମୋର୍କେଲ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର। ତାଙ୍କ ନେତୃତ୍ଵରେ ଦଳର ଦ୍ରୁତ ବୋଲର ଭଲ ପ୍ରଦର୍ଶନ କରି ଆସୁଥିଲେ। ହେଲେ ବିଶ୍ଵକପରେ ଦଳର ପ୍ରତ୍ୟେକ ବୋଲର ଅତ୍ୟନ୍ତ ନିମ୍ନମାନର ସାଧାରଣ ବୋଲିଂ କରିଥିଲେ। ଦଳର ମୁଖ୍ୟ ବୋଲର ହାରିସ ରଉଫ ବିଶ୍ଵକପର ଗୋଟିଏ ସଂସ୍କରଣରେ ସବୁଠୁ ଅଧିକ ବ୍ୟୟବହୁଳ ବୋଲର ହେବାର ଅଲୋଡ଼ା ରେକର୍ଡ ନିଜ ନାମରେ କରିଛନ୍ତି।
ବୋଲିଂ କୋଚ୍ ପଦରୁ ମର୍ନେ ମୋର୍କେଲ୍ଙ୍କ ପାକିସ୍ତାନ କ୍ରିକେଟ୍ ବୋର୍ଡ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ପିସିବି ଖୁବ୍ ଶୀଘ୍ର ତାଙ୍କ ବିକଳ୍ପ ଘୋଷଣା କରିବ। ପାକିସ୍ତାନ ଦଳ ଚଳିତ ବର୍ଷ ଡିସେମ୍ବର ୧୪ରୁ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ତେବେ ବିଶ୍ଵକପରେ ଦଳ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭଲ ଆରମ୍ଭ କରିଥିଲା। ହେଲେ ଦଳ ବିଜୟ ଧାରାକୁ ବଜାୟ ରଖି ପାରି ନ ଥିଲା। ଭାରତଠୁ ଶୋଚନୀୟ ପରାଜୟ ପରେ ଦଳ ଲଗାତାର ୪ଟି ମୁକାବିଲା ହାରିଥିଲା। ଶେଷ ୩ଟିରୁ ୨ଟି ଜିତିଥିଲେ ହେଁ ତାହା ଯଥେଷ୍ଟ ନ ଥିଲା।