ସ୍ୱର୍ଗର ଏହି ଗଛରେ ଦିନରେ ଫୁଟେନି ଫୁଲ, କିଏ ଏବଂ କାହିଁକି ଦେଇଥିଲେ ଅଭିଶାପ

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ ୧୮।୦୬: ହିନ୍ଦୁ ଧର୍ମରେ ଏପରି ଅନେକ ଗଛ ଅଛି, ଯାହାକୁ ଲୋକମାନେ ଭଗବାନଙ୍କ ପରି ମାନିଥାନ୍ତି ଏବଂ ସେମାନଙ୍କୁ ପୂଜା କରିଥାନ୍ତି । ଏହି ଗଛଗୁଡିକ କେବଳ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ନୁହେଁ ବରଂ ପୌରାଣିକ ଏବଂ ଧାର୍ମିକ ମହତ୍ବ ରହିଛି । ଏପରି ଏକ ହେଉଛି ପାରଜାତ ଗଛ । ଯାହା ଇଶ୍ୱରୀୟ ଶକ୍ତିରେ ପରିପୂର୍ଣ୍ଣ । ଏହି ବୃକ୍ଷର ସଂଯୋଗ ସ୍ୱର୍ଗ ସହିତ ଥିବା ବିଶ୍ୱାସ କରାଯାଏ । 

ପୁରାଣ ଅନୁଯାୟୀ ଏହି ଗଛ ସ୍ୱର୍ଗରୁ ପୃଥିବୀକୁ ଆସିଥିଲା। ଅନେକଥର ଦୈତ୍ୟମାନେ ସ୍ୱର୍ଗ ଉପରେ ଆକ୍ରମଣ କରି ଏହି ଗଛକୁ ପାତାଳକୁ ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ବିଫଳ ହୋଇଥିଲେ। ବିଶ୍ୱାସ ରହିଛି କି ଏହି ଗଛରେ ହୃଦୟ ସମ୍ବନ୍ଧୀୟ ରୋଗ ସହ ଅନ୍ୟାନ୍ୟ ରୋଗକୁ ଭଲ କରିବାର ଶକ୍ତି ଅଛି ।  ଗଛର   ଉତ୍ପତ୍ତିକୁ ନେଇ ରହିଛି ଅନେକ କାହାଣୀ । 

ଶାସ୍ତ୍ର ଅନୁଯାୟୀ, ଦେବତା ଏବଂ ଦୈତ୍ୟଙ୍କ ମଧ୍ୟରେ ହୋଇଥିବା ସମୁଦ୍ର ମନ୍ଥନରୁ ବାହାରିଥିବା ୧୪ଟି ରତ୍ନ ମଧ୍ୟରେ ରହିଥିଲା ପାରଜାତ ଗଛ । ସ୍ୱର୍ଗର ରାଜା ଇନ୍ଦ୍ର ଏହି ଗଛକୁ ସ୍ୱର୍ଗକୁ ନେଇ ସେଠାରେ ସ୍ଥାପନ କରିଥିଲେ । ଭଗବାନ କୃଷ୍ଣ ଦେବରାଜ ଇନ୍ଦ୍ରଙ୍କଠାରୁ ଏହି ଗଛର ଏକ ମଞ୍ଜି ନେଇ ଦେବୀ ରୁକ୍ମିନିଙ୍କୁ ଉପହାର ସ୍ୱରୂପ ଦେଇଥିଲେ । ଯେତେବେଳେ ଏହି ଗଛ ଫୁଲିବା ଆରମ୍ଭ କଲା ଏବଂ ଏହାର ସୁଗନ୍ଧ ବହୁ ଦୂର ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଲା ।  

ଦେବର୍ସି ନାରଦ ଭଗବାନ କୃଷ୍ଣଙ୍କ ଦ୍ୱିତୀୟ ପତ୍ନୀ ସତ୍ୟଭାମାଙ୍କୁ ଏହି ଫୁଲ ପାଇବା ପାଇଁ ପ୍ରବର୍ତ୍ତାଇଲେ । ଏହାପରେ ସତ୍ୟଭାମା ସେହି ବୃକ୍ଷକୁ ପାଇବା ପାଇଁ ଜିଦି କରିବାକୁ ଲାଗିଲେ । ପୌରାଣିକ କଥା ଅନୁଯାୟୀ, ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ପାରିଜାତ ବୃକ୍ଷକୁ ସ୍ୱର୍ଗରୁ ନେଇଯାଉଥିଲେ, ସେତେବେଳେ ଇନ୍ଦ୍ର ଦେବତା ପାରିଜାତ ବୃକ୍ଷକୁ ଅଭିଶାପ ଦେଇଥିଲେ । କହିଥିଲେ କି ପାରିଜାତ ଫୁଲ କେବେବି ଦିନରେ ଫୁଟିବ ନାହିଁ ଏବଂ ଏଥିରେ କେବେବି ଫଳ ହେବନି । ମାନ୍ୟତା ରହିଛି କି ଅଭିଶାପ ଯୋଗୁଁ ପାରିଜାତ ଫୁଲ କେବଳ ରାତିରେ ଫୁଲ ଫୁଟିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.