ଲ୍ୟାଣ୍ଡିଂ ବେଳେ କୋଠାରେ ଧକ୍କା ହେଲା ବିମାନ, ୭ ମୃତ

NEWS7
there-will-be-no-power-tariff-hike-in-odisha

ନୂଆଦିଲ୍ଲୀ, ୧୬/୧୨:ଦୁର୍ଘଟଣାଗ୍ରସ୍ତ ହେଲା ବିମାନ । ଏମରଜେନ୍ସି ଲ୍ୟାଣ୍ଡିଂ ବେଳେ ଛାତିଥରା ଘଟଣା । ଘଟଣାସ୍ଥଳରେ ହିଁ ଚାଲିଗଲାଜୀବନ । ମେକ୍ସିକୋରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ମଧ୍ୟ ମେକ୍ସିକୋର ସେନ୍ ମାତେଓ ସହରେ ଦୁର୍ଘଟଣା ଘଟିଛି । ଏକ ଘରୋଇ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିବାରୁ ତାହା ଏମରଜେନ୍ସି ଲ୍ୟାଣ୍ଡିଂ ପାଇଁ ପ୍ରସ୍ତୁତ ହେଉଥିଲା । ପାଇଲଟ୍ ମଧ୍ୟ ଜରୁରୀକାଳିନ ଲ୍ୟାଣ୍ଡିଂ ପାଇଁ ବିମାନକୁ ତଳକୁ ଓହ୍ଲାଇଥିଲେ । କିନ୍ତୁ ଏହା ଫେଲ୍ ହୋଇଥିଲା । ଲ୍ୟାଣ୍ଡିଂ ବେଳେ ଏହା ଦୁର୍ଘଟଣାର ଶିକାର ହୋଇଥିଲା ।

ବିମାନରେ ଜଣ ଯାତ୍ରୀଙ୍କ ସହ ଦୁଇ ଜଣ କ୍ରୁ ମେମ୍ବର ରହିଥିଲେ । ଏବେସୁଦ୍ଧା ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଅନ୍ୟ ମୃତଦେହ ମିଳିପାରିନାହିଁ । ତେଣୁ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ହୋଇପାରେ । ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ପ୍ରାଥମିକ ସୂଚନା ଅନୁସାରେ, ବିମାନଟି ଏକ ଫୁଟବଲ ପଡିଆରେ ଲ୍ୟାଣ୍ଡିଂ ପାଇଁ ପ୍ରୟାସ କରୁଥିଲା । ଏହି ସମୟରେ ପାଖରେ ଥିବା ଏକ କୋଠଘରେ ଧକ୍କା ହୋଇଯାଇଥିଲା । ଯାହା ପରେ ଏଥିରେ ନିଆଁ ଲାଗିଯାଇଥିଲା । ପରେ ଏହା ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଖବର ପାଇ ତୁରନ୍ତ ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଦଳ ପହଁଚିଥିଲେ । ତେବେ ଘଟଣାର ତଦନ୍ତ ଜାରି ରହିଛି । କିନ୍ତୁ କେଉଁ କାରଣରୁ ବିମାନରେ ଯାନ୍ତ୍ରିକ ତ୍ରୁଟି ହୋଇଥିଲା ତାହାର ତଦନ୍ତ ଜାରି ରହିଛି ।