ବିଶ୍ବର ଏହି ସବୁ ଜେଲ୍‌ରେ, ମିଳୁଛି ୫ଷ୍ଟାର ହୋଟେଲ୍‌ ପରି ସୁବିଧା

Published By : Prameya-News7 Bureau | April 22, 2025 IST

ନୂଆଦିଲ୍ଲୀ ୨୨।୦୪: ଜେଲ୍‌ର ନାଁ ନେଲେ ସେ ପାଣିମିଶା ଡାଲି, ଶୁଖିଲା ରୁଟି ଏବଂ ସାଦା ଭାତ କଥା ମନକୁ ଆସେ । ଏପରି ଖାଦ୍ୟ ଖାଇବାକୁ କେହି ବି କରନ୍ତିନି ପସନ୍ଦ । ସେଥିପାଇଁ କେହି ବି ଜେଲ୍ ଯିବାକୁ ପସନ୍ଦ କରନ୍ତିନି । କିନ୍ତୁ ଦୁନିଆରେ ଏପରି କିଛି ଜେଲ ଅଛି ଯାହାକୁ ଦେଖିଲେ, କେହି କହିପାରିବେନି କି ଏଗୁଡିକ ଜେଲ୍‌ ।  

କାରଣ ଏହି ଜେଲଗୁଡ଼ିକରେ ଏତେ ଭଲ ସୁବିଧା ଅଛି ଯେ ଏହା ଏକ ୫ଷ୍ଟାର ହୋଟେଲ ପରି ମନେହୁଏ। ଆସନ୍ତୁ ଜାଣିବା ସେହି ଜେଲ୍‌ ବିଷୟରେ... ଲିଷ୍ଟର ପ୍ରଥମରେ ରହିଛି ନରୱେର ବାଷ୍ଟୋୟ ଜେଲ । ଏହି ଜେଲ୍‌ରେ ଥରକରେ କେବଳ ୧୦୦ ଜଣ କଏଦୀ ରହିପାରିବେ । ଏହି ଜେଲରେ ଚମତ୍କାର ଖାଦ୍ୟ ଖାଇବାକୁ ଦିଆଯିବା ସହିତ, ଘୋଡା ଚାଳନ, ସନ୍‌ବାଥ୍‌ ସ୍ନାନ, ଟେନିସ୍, ମାଛ ଧରିବା ଭଳି ସୁବିଧା ଯୋଗାଇ ଦିଆଯାଇଛି। 

ସେହିପରି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ରହିଛି ସ୍କଟଲ୍ୟାଣ୍ଡର HMP ଜେଲ୍ । ଏହି ଜେଲ୍‌ରେ ଥରକରେ ୭୦୦ କଏଦୀ ରୁହନ୍ତି । ଏହା ବିଶ୍ୱର ସବୁଠାରୁ ଭଲ ଜେଲ ମଧ୍ୟରୁ ଗୋଟିଏ। ଏହାପଛକୁ ରହିଛି ନ୍ୟୁଜିଲାଣ୍ଡର ଓଟାଗୋ କରେକ୍ସନ୍ସ ଜେଲ । ଏହାର ରୁମ୍‌ଗୁଡ଼ିକ ଏକ ବିଳାସପୂର୍ଣ୍ଣ ହୋଟେଲ ପରି ତିଆରି ହୋଇଛି । ଏହି ଜେଲରେ କଏଦୀମାନଙ୍କୁ ରହିବା ସହିତ ପାଠପଢ଼ାର ମଧ୍ୟ ସୁଯୋଗ ଦିଆଯାଇଥାଏ ।

ଜଷ୍ଟିସ୍ ସେଣ୍ଟର ଲିଓବେନ୍ ଜେଲ । ଏଥିରେ ଏକକାଳୀନ ମୋଟ ୨୦୫ ଜଣ କଏଦୀ ରହୁଛନ୍ତି । ସେମାନଙ୍କୁ କଏଦୀଙ୍କୁ ସର୍ବୋତ୍ତମ ଖାଦ୍ୟ ଯୋଗାଇ ଦିଆଯାଏ । ଏହାବ୍ୟତୀତ ସେମାନଙ୍କର କ୍ରୀଡା ଏବଂ ମନୋରଞ୍ଜନର ମଧ୍ୟ ସମ୍ପୂର୍ଣ୍ଣ ଯତ୍ନ ନିଆଯାଏ। ସ୍ପେନର ଅରେନଞ୍ଜୁଏଲ ଜେଲ । ଏହାର ବିଶେଷତ୍ୱ ବେଶ୍‌ ନିଆରା । 

ଏଠାରେ କଏଦୀମାନେ  ନିଜ ପରିବାର ସହିତ ରହିପାରିବେ । ଏହି ରୁମ୍‌ ଗୁଡିକୁ  ଷ୍ଟାର ସେଲ୍‌ କୁହାଯାଏ। ଫିଲିପାଇନ୍ସର ସେବୁ ଜେଲ । ଏଠାରେ ରହୁଥିବା କଏଦୀମାନେ କେବେ ବି ବିରକ୍ତ ହୁଅନ୍ତିନି । କାରଣ ସେଠାରେ ସେମାନଙ୍କ ମନୋରଞ୍ଜନର ସମ୍ପୂର୍ଣ୍ଣ ବ୍ୟବସ୍ଥା ମଧ୍ୟ କରାଯାଏ । କାରଣ ଏଠାକାର ପ୍ରଶାସନ ବିଶ୍ୱାସ କରେ ଯେ ସଙ୍ଗୀତ ଏବଂ ନୃତ୍ୟ ଉଭୟ ଔଷଧ ପରି କାମ କରେ।

ସୋଲେନ୍ତୁନାରେ ମଧ୍ୟ କଏଦୀଙ୍କୁ ବ୍ୟକ୍ତିଗତ ସେଲ୍‌ ଦିଆଯାଏ । ଆରାମଦାୟକ ବେଡ୍‌ ସହିତ ଆଟାଚ୍‌ ବାଥରୁମର ବ୍ୟବହାର କରିଥାନ୍ତି କଏଦୀ ।  ଏହି ଜେଲ୍‌ରେ ଏକ ଜିମ୍, ଖାଦ୍ୟ ରାନ୍ଧିବା ପାଇଁ ଏକ ଖୋଲା ରୋଷେଇ ଘର ଏବଂ ଏକ ରୁମ୍‌ ରହିଛି ଯେଉଁଠାରେ କଏଦୀମାନେ ଆରାମରେ ବସି ଟିଭି ଦେଖିପାରିବେ । ଆଉ ମଉଜ ମସ୍ତିରେ ରହିପାରିବେ । ଏତେସବୁ ସୁବିଧା ମିଳିଲେ ଯେ କେହି ବି ଜେଲ୍‌ ଯିବାକୁ ଚାହିଁବେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.