ରାଜୁଆ ନଦୀରେ ଭାସୁଛନ୍ତି କୁଢ଼ କୁଢ଼ ମଲା ମାଛ, ଦୂଷିତ ହେବାରେ ଲାଗିଛି ନଦୀ ଜଳ

Published By : Prameya-News7 Bureau | June 25, 2024 IST

କଣାସ ।୬: ନଦୀରେ ମରି ଭାସୁଛନ୍ତି ମାଛ । ପୁରୀ ଜିଲ୍ଲା କଣାସ ବ୍ଲକ୍ ଦେଇ ପ୍ରବାହିତ ହୋଇଥିବା ରାଜୁଆ ନଦୀ ଜଳ ଏବେ ବିଷାକ୍ତ ହେବା ଯୋଗୁଁ କୁଢ଼ କୁଢ଼ ମଲା ମାଛ ଭାସୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ନଦୀ ଜଳ ଦୂଷିତ ହେବାରେ ଲାଗିଛି । ଫଳରେ ଜନ ସାଧାରଣ  ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । କାରଣ ଭୁବନେଶ୍ୱର କଟକର ଡ୍ରେନ୍‌ ଦେଇ ଆସୁଥିଥିବା ନିର୍ଗତ ଅଳିଆ ଆବର୍ଜ୍ଜନା, ବର୍ଜ୍ୟବସ୍ତୁ ଗଙ୍ଗୁଆ ନାଳ ଦେଇ ସିଧାସଳଖ ଦୟା ନଦୀରେ ମିଶିବା ଫଳରେ ତାର ଶାଖା ନଦୀ ରାଜୁଆ, ମଲାଗୁଣୀ, ମକରା ଆଦି ବିଭିନ୍ନ ନଦୀର ଜଳ ଦୂଷିତ ହେବା ସହ ବିଷାକ୍ତ ହେବାରେ ଲାଗିଛି । କଣାସ ବ୍ଲକର ୨୮ ପଞ୍ଚାୟତର ପ୍ରାୟ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହିସବୁ ନଦୀ ଉପରେ ନିର୍ଭର କରି ଚଳୁଥିବା ବେଳେ ନଦୀ ଜଳ ଏବେ ବିଷ ବଳୟ ପାଲଟିଛି ।

You Can Read :

ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନର ତୃତୀୟ ଦିନ, ଅଣସର ପିଣ୍ଡିରେ ଚାଲିଛି ଉପଚାର ସେବା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.