ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ଅନୁ ଗର୍ଗ, କହିଲେ- ଭିଜନ ଡକ୍ୟୁମେଣ୍ଟକୁ ସଫଳ କରାଇବି

NEWS7
three-accused-arrested-in-daya-river-murder-case

ଭୁବନେଶ୍ୱର: ବର୍ଷ ଶେଷରେ ଓଡିଶାକୁ ମିଳିଲା ନୂଆ ମୁଖ୍ୟ ଶାସନ ସଚିବ। ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ୧୯୯୧ ବ୍ୟାଚର ଆଇଏଏସ୍ ଅଫିସର ଅନୁ ଗର୍ଗ। ଲୋକସେବା ଭବନରେ ମନୋଜ ଆହୁଜାଙ୍କଠୁ ଦାୟିତ୍ୱ ନେଇଛନ୍ତି ଅନୁ ଗର୍ଗ। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ୨୦୨୪ ଜୁଲାଇ ପହିଲାରୁ ବରିଷ୍ଠ ପ୍ରଶାସକ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଥିଲେ।

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ୧୯୯୧ ବ୍ୟାଚର ବରିଷ୍ଠ ପ୍ରଶାସିକା ଅନୁ ଗର୍ଗ। ସେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ୧୯୬୯ ମାର୍ଚ୍ଚ ୧ରେ ଜନ୍ମଗ୍ରହଣ କରିଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ସମାଜ ଶାସ୍ତ୍ରରେ ଏମ୍ଏ ଏବଂ ଜନ୍ସ ହପକିନ୍ସ ବ୍ଲୁମବର୍ଗ ସ୍କୁଲ ଅଫ ପବ୍ଲିକ ହେଲଥରୁ ମାଷ୍ଟର ଅଫ ପବ୍ଲିକରୁ ଶିକ୍ଷା ଲାଭ କରିଛନ୍ତି।

ମୁଖ୍ୟ ଶାସନ ସଚିବ ପଦବୀ ନେବା ପୂର୍ବରୁ ଅନୁ ଗର୍ଗ ରାଜ୍ୟର ଉନ୍ନୟନ କମିଶନର, ତଥା ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ କାର୍ଯ୍ୟରତ ଥିଲେ। ଦୀର୍ଘ ଦିନ ଧରି ମୋହନ ସରକାରଙ୍କ ଶାସନ କଳ ସହିତ ଜଡିତ ଅଛନ୍ତି ଅନୁ ଗର୍ଗ। ସେ ପାୱାର କରିଡରରେ ଜଣେ ନିର୍ବିବାଦୀୟ ଓ ଦକ୍ଷ ଅଫିସର।

କେନ୍ଦ୍ର ସରକାରଙ୍କ ଶୀର୍ଷସ୍ତରୀୟ ପ୍ରଶାସନିକ କଳ ଓ ଓଡିଶା ପ୍ରଶାସନିକ କଳ ମଧ୍ୟରେ ସମନ୍ୱୟ ରକ୍ଷା କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ରହିବ, ସରକାରଙ୍କ ଲୋକାଭିମୁଖୀ ଯୋଜନା ଯଥା ସୁଭଦ୍ରା ଭଳି ଯୋଜନାକୁ କାର୍ଯ୍ୟନ୍ୱୟନ କରାଇବା ତାଙ୍କ ପାଇଁ ଚ୍ୟାଲେଞ୍ଜ ରହିପାରେ।